
ସଇଁତଲା, (ଖୁସିରାନି ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବେଲଗାଁ ଫାଣ୍ଡି ତେଲ ନଦୀ ପୁରୁଣା ବ୍ରିଜ ତଳେ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ଦିନ ୧୦ଟା ସମୟରେ କିଛି ସ୍ଥାନୀୟ ଯୁବକମାନେ ତେଲ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଯୁବକ ଏକ ବାଇକ ରଖି ଶୋଇଥିବା ଦେଖିବାକୁ ପାଇଥିଲେ ଏବଂ ସନ୍ଦେହ କରି ଯୁବକଙ୍କ ପାଖକୁ ଯାଇଥିଲେ । ତେବେ ଯୁବକ ଜଣକ ଅଚେତ ଅବସ୍ଥାରେ ଶୋଇଥିବା ବେଳେ ପାଖରେ ଏକ ବିଷ ବୋତଲ ପଡ଼ିଥିବା ଦେଖିବାକୁ ପାଇଥିଲେ । ଯୁବକମାନେ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ । ଏନେଇ ବେଲଗାଁ ଫାଣ୍ଡି ଅଧିକାରୀ ଓ ସଇଁତଲା ଥାନା ଅଧିକାରୀ ସୁଶାନ୍ତ ବଢ଼େଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ଯୁବକ ଜଣକ ଦେଓଗାଁ ଥାନା ଅଂଚଳର ବୋଲି ସୂଚନା ମିଳିଛି । ଏନେଇ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।