ommm
jittmm

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ସାଲେଭଟା : ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକାରେ ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଆଦିତ୍ୟ ନାଏକଙ୍କ ୨୩ ବର୍ଷୀୟ ପୁଅ ସଞ୍ଜିବ ନାଏକ ବୋଲି ଜଣାପଡ଼ିଛି । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକାରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଗୁରୁବାର ଡୁଡୁକାରେ ଝଡ଼ ତୋଫାନ ସହ ବର୍ଷା ହୋଇଥିବା । କ୍ଷେତରୁ କିଛି ଗାଈ ଏବଂ ବଳଦ ଘରକୁ ଫେରି ଆସିଥିବା ବେଳେ ଆଉ କିଛି ଆସିନଥିଲେ । ସେମାନଙ୍କୁ ଖୋଜିବାକୁ ସଞ୍ଜିବ କ୍ଷେତକୁ ଯାଇଥିଲେ । ହେଲେ ରାତି ପର୍ଯ୍ୟନ୍ତ ଆଉ ଫେରି ଆସିନଥିଲେ । ଘର ଲୋକେ ବହୁ ଖୋଜାଖୋଜି କରି ଶେଷରେ ରାତି ପ୍ରାୟ ଗୋଟାଏରେ କ୍ଷେତରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ସଞ୍ଜିବଙ୍କ ଶରୀରର ବିଭିନ୍ନ ସ୍ଥାନ ପୋଡ଼ି ଯାଇ ବେକ ଓ କାନରୁ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି । ପୁଅର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.