centurian jitm

ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ : ଉଦ୍ଧାର ହେଲା ମୃତଦେହ

ବୌଦ୍ଧ : ମଙ୍ଗଳବାର ସନ୍ଧ୍ୟାରେ ତେଲ ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ । ମନମୁଣ୍ଡା ଥାନା ବାସୁଦେବପାଲି ତେଲନଦୀ ଘାଟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କଲା ବୌଦ୍ଧ ଓଡ୍ରାଫ ଟିମ୍‌ । ଯୁବକ ଜଣକ ରାଜସ୍ଥାନର ମଦନ ରାଠୋର ବୋଲି ଜଣାପଡ଼ିଛି । ସୂଚନାଅନୁସାରେ, ରାଜସ୍ଥାନର ଯୋଧପୁର ଅଞ୍ଚଳର ମଦନ ରାଠୋର ତାଙ୍କ ବାପା ଜଗଦୀଶ ରାଠୋର ଏବଂ ସାନ ଭାଇଙ୍କ ସହ ମଙ୍ଗଳବାର ସନ୍ଧ୍ୟାରେ ତେଲନଦୀକୁ ଶୌଚ ପାଇଁ ଯାଇ ନିଖୋଜ ହୋଇଥିଲେ । ଖବର ପାଇ ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ଟିମ୍ ଏବଂ ସୋନପୁର ଅଗ୍ନିଶମ ବାହିନୀ ପହଞ୍ଚି ମିଳିତ ଉଦ୍ୟମରେ ନଦୀରେ ପ୍ରାୟ ୩ ଘଣ୍ଟା ଖୋଜାଖୋଜି କରିଥିଲେ । ହେଲେ ନିଖୋଜ ଯୁବକଙ୍କ କୌଣସି ପତ୍ତା ମିଳିନଥିଲା । ବୁଧବାର ସକାଳେ ବୌଦ୍ଧ ମୁଖ୍ୟାଳୟରୁ ଓଡ୍ରାଫର ଏକ ଟିମ୍ ଖୋଜାଖୋଜି କରି ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି । ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.