ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ଆଗଲପୁର ପୋଲିସ ଜନୈକ ଯୁବକକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ଅନ୍ତର୍ଗତ ତେଲେନପାଲି ଗ୍ରାମର ସ୍ୱର୍ଗତ ଧରଣୀ ଗଡତ୍ୟାଙ୍କ ପୁଅ ବୁଲୁ (୨୮) । ଗତବର୍ଷ ଡ଼ିସେମ୍ବର ୩୦ରେ ବୁଲୁ ଗ୍ରାମର ଜନୈକା ନାବାଳିକାକୁ ନେଇ ତାମିଲନାଡୁ ପଲାଇଥିଲା । ନାବାଳିକାଙ୍କ ପରିବାର ବର୍ଗଙ୍କ ଅଭିଯୋଗ କ୍ରମେ ପୋଲିସ ପୋକସୋ ଆକ୍ଟରେ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ କରିରଖିଥିଲା । ଗତ ଜାନୁୟାରୀ ୨୭ ରେ ସଂପୃକ୍ତ ନାବାଳିକା ସହିତ ବୁଲୁ ତାମିଲନାଡୁରୁ ଫେରିଆସିବା ସହିତ ବରଗଡ଼ ବରାହଗୋଡା ସ୍ଥିତ ନାବାଳିକାର ସମ୍ପର୍କୀୟଙ୍କ ଘରେ ଝିଅକୁ ଛାଡ଼ି ଫେରାର ମାରିଥିଲା । ତେବେ ଅଭିଯୁକ୍ତ ବୁଲୁର ମୋବାଇଲ ଟ୍ରାକିଂ କରି ଆଜି ନଅଗାଁ (କ) ନିକଟସ୍ଥ କଣ୍ଠିପାଲି ଠାରୁ ଆଗଲପୁର ପୋଲିସ ବୁଲୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ବାସୁଦେବ ଭୋଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.