
ଭୁବନେଶ୍ୱର : ଥାନାରେ ଅଭିଯୋଗ ପରେ ଯୁବକକୁ ଗିରଫ କଲା ପୋଲିସ । ଗିରଫ ହୋଇଥିବା ଯୁବକ ହେଉଛନ୍ତି କିଶନନଗର ଗ୍ରାମର ମିଟୁ ଭୋଇ । ସୂଚନା ମୁତାବକ, କିଶନନଗର ଗ୍ରାମର ମିଟୁ ଭୋଇ ନାମକ ଯୁବକ ଏକ ଖଣ୍ଡା ଧରି ଗ୍ରାମର କେତେକ ବ୍ୟକ୍ତିଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ହାତରେ ଖଣ୍ଡା ଧରି ଗାଁ ଲୋକଙ୍କୁ ଆତଙ୍କିତ କରିଥିଲେ । ଏହା ଦେଖି ସେହି ଗ୍ରାମର ବର୍ଷା ରାଣୀ ମଣ୍ଡଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କିଶନ ନଗର ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମିଟୁକୁ ଗିରଫ କରିଛି । ଏହା ସହ ତାଙ୍କ ପାଖରୁ ଏକ ଖଣ୍ଡା ଜବତ କରି କୋର୍ଟ ଚାଲାଣ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।