ଫାସଡ଼ରେ ଆମ୍ବୁଲାନ୍ସ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ

ଲୋଇସିଂହା, (କେପିଏନ୍‌ଏସ୍‌) : ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ । ଆମ୍ବଲାନ୍ସ ନେଇଗଲା ଯୁବକଙ୍କ ଜୀବନ । ଏପରି ଏକ ଘଟଣା ବଲାଙ୍ଗିର ସମ୍ବଲପୁର ରୋଡ଼ ଫାସଡ଼ ଠାରେ ସକାଳୁ ସକାଳୁ ଘଟିଛି । ଲୋଇସିଂହା ପଟୁ ଫେରୁଥିବା ୧୦୮ ଆମ୍ବୁଲାନ୍ସ ବଲାଙ୍ଗିର ପଟୁ ଫେରୁଥିବା ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା । ଫଳରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ମୃତ ଯୁବକ ଜଣକ ଲୋଇସିଂହା ଅଂଚଳର ସୁମନ୍ତ ପ୍ରଧାନ ବୟସ ପାଖାପାଖି ୨୦ ହେବ ବୋଲି ସୂଚନା ରହିଛି । ଯୁବକଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଆମ୍ବୁଲାନ୍ସକୁ ଅଟକାଇ ରାସ୍ତାରୋକ କରିଥିଲେ ସ୍ଥାନୀୟ ବାସିନ୍ଦା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.