jayashree

କଂଗ୍ରେସ ଦଳରେ ଯୋଗଦେଲେ ଦେଓଗାଁ ଅଂଚଳର ବହୁ ଯୁବକ ଓ ବୁଦ୍ଧିଜୀବୀ

  • ସମରେନ୍ଦ୍ରଙ୍କ ଦୂରଦୃଷ୍ଟି ଓ ନରସିଂହଙ୍କ ଆଦର୍ଶରେ ହେଲେ ଅନୁପ୍ରାଣିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଦେଓଗାଁ ବ୍ଲକ କୁଲୁତାପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ମୁଣ୍ଡପଲା ଗାଁ, ସିକୁଆଁ ପଂଚାୟତ ସିକୁଆଁ ଗାଁ, ହାତୀସରା ପଂଚାୟତର ହାତୀସରା ଗାଁ ତଥା ଆଖପାଖ ଅଂଚଳର ଭିନ୍ନ ଭିନ୍ନ ରାଜନୈତିକ ଦଳର ଆଗଧାଡିର ବ୍ୟକ୍ତିବିଶେଷ ତଥା ନେତା ଓ କର୍ମୀମାନେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଆବାସିକ କାର୍ଯ୍ୟାଳୟକୁ ଆସି ବିଧାୟକ ଶ୍ରୀ ମିଶ୍ର ଏବଂ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବରେ ଯୋଗ ଦେଇଛନ୍ତି । ବଲାଙ୍ଗିର ବିଧାୟକ ନିରସିଂହ ମିଶ୍ରଙ୍କ ଚାଲୁଥିବା ବିକାଶମୁଖି ଏବଂ ଲୋକାଭିମୁଖି କାର୍ଯ୍ୟ ଏବଂ କଂଗ୍ରେସ ଦଳର ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ଦକ୍ଷତା, ଦୂରଦୃଷ୍ଟି, ଆତ୍ମୀୟତା ଓ ବଳିଷ୍ଠ ନେତୃତ୍ୱ ପ୍ରତି ଆକୃଷ୍ଟ ହୋଇ ସେମାନେ କଂଗ୍ରେସ ଦଳରେ ମିଶି ଥିବା କୁହାଯାଇଛି । ଏହି ଅବସରରେ ଯୋଗ ଦେଇଥିବା ଲୋକମାନେ କହିଛନ୍ତି ଯେ ରାଜ୍ୟରେ ଚାଲୁଥିବା ବିଜୁ ଜନତା ଦଳ ସରକାର ଦୀର୍ଘ ୨୪ ବର୍ଷ ଶାସନରେ ଥିଲେ ମଧ୍ୟ ରାଜ୍ୟରେ ଛାତ୍ର, କୃଷକ, ଶ୍ରମିକ ଯୁବକଙ୍କ ଜୀବନ ଧାରଣରେ କୌଣସି ପରିବର୍ତ୍ତନ ହୋଇନାହିଁ । ମହିଳା ନିର୍ଯ୍ୟାତନା ଆଜି ଶୀର୍ଷରେ, କୃଷକଙ୍କୁ ତାର ଉତ୍ପାଦନର ଉଚିତ ମୂଲ୍ୟ ମିଳିପାରି ନାହିଁ । ଅପରପକ୍ଷେ କେନ୍ଦ୍ରରେ ଥିବା ବିଜେପି ସରକାର ଅମଳରେ ଭ୍ରଷ୍ଟାଚାର ବୃଦ୍ଧି ପାଇବା ସହିତ ଗରିବ ଓ ଧନୀ ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇଛି । ଅତ୍ୟାବଶ୍ୟକ ଦ୍ରବ୍ୟର ଦରଦାମ ହୁ ହୁ ହୋଇ ବଢିଯାଇଛି । ତେଣୁ କଂଗ୍ରେସ ଦଳ ହିଁ ଏକମାତ୍ର ବିକଳ୍ପ ବୋଲି କହିଛନ୍ତି । ବିଧାୟକ ମିଶ୍ର ଆଜି ଯୋଗ ଦେଇଥିବା ସମସ୍ତ ବ୍ୟକ୍ତିଙ୍କୁ କଂଗ୍ରେସ ଦଳକୁ ସ୍ୱାଗତ କରିବା ସହ ଏମାନଙ୍କ ଯୋଗଦାନ ଫଳରେ ଦେଓଗାଁ ଅଂଚଳରେ କଂଗ୍ରେସ ଦଳ ଆହୁରି ମଜବୁତ ହୋଇ ଲୋକଙ୍କ ସେବା କରିବ ତତ୍‌ ସହ ଏ ଅଂଚଳର ସାମଗ୍ରିକ ବିକାଶରେ ସହାୟକ ହେବ । କଂଗ୍ରେସ ଦଳରେ ଯୋଗ ଦେଇଥିବା ବ୍ୟକ୍ତିମାନେ ହେଲେ ଖଗେଶ୍ୱର ରଣା, ସୁବାଷ ପ୍ରଧାନ, ଯଜ୍ଞେଶ୍ୱର କର, ବିଶ୍ୱାମିତ୍ର ସାହୁ, ବିଶେଶ୍ୱର ଛାତ୍ରିଆ, ମଗନ ରଣା, ରମେଶ ରଣା, ରୋହିତ ହରପାଲ, ସୁଲଧର ରଣା, ରାଇଧର ମହାକୁର, ଜଗ ଭୋଇ, ଚୈତନ୍ୟ କଲତା, ସୂର୍ଯ୍ୟକାନ୍ତ ରଣା, ରଂଜନ ପ୍ରଧାନ, ଯଜ୍ଞେଶ୍ୱର ରଣା, ସୁଧା ମହାକୁର, ମଙ୍ଗଲୁ ଜାଲ, ପବିତ୍ର, ପଂଚମ ରଣା, ବୁଲୁ ରଣା, ମଦନ ରଣା, ନବୀନ ରଣା, ଗୌର ସାହୁ, ମୋହନ ନାଗ, ଚିତ୍ରସେନ ପ୍ରଧାନ ଏବଂ ମନୋରଂଜନ ପୁଟେଲ ପ୍ରମୁଖ ।

Leave A Reply

Your email address will not be published.