oom

ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡକୁ ନେଇ ବଲାଙ୍ଗିର ଟାଉନ୍‌ ଥାନାର ଦ୍ୱାରସ୍ଥ ହେଲେ ଯୁବକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡକୁ ନେଇ ବଲାଙ୍ଗିର ଟାଉନ୍‌ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ଯୁବକ । ଅଭିଯୋଗକାରୀ ଯୁବକ ଜଣକ ହେଉଛନ୍ତି ବଲାଙ୍ଗିର ସୁଦପଡ଼ା ନିବାସୀ ସମୀପ୍‌ ବହିଦାର । ସେ ଆଜି ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି ଯେ, ଆଜି ଅପରାହ୍ନ ପ୍ରାୟ ସାଢେ଼ ୪ଟା ସମୟରେ ବେହେରାପାଲିର ଆଦିତ୍ୟ ସୁନା, ଅମନ ଏବଂ ଅନ୍ୟ ଅଜଣା ଚାରି ପାଞ୍ଚ ଜଣ ନିଶାସକ୍ତ ଯୁବକ ମିଳିତ ଭାବେ ତାଙ୍କ ଘରକୁ ଆସି ବିନା କାରଣରେ କାର୍‌ ସହ ଚାରି ପାଞ୍ଚଟି ମୋଟର ସାଇକେଲ, ଘରର ପାଣି ପାଇପ୍‌ ଭାଙ୍ଗିବା ସହ ପଡ଼ାର ଆଉ କିଛି ଲୋକଙ୍କ ଘରର ଗେଟ୍‌, କବାଟ, ଝରକା ଭାଙ୍ଗିବା ସହ ଘର ସାମ୍ନାରେ ମଦ ବୋତଲ ଭାଙ୍ଗି ଧମକ୍‌ ଚମକ୍‌ ଦେଇଛନ୍ତି । ଯିଏ ଆମ ପାଖକୁ ଆସିବ ତାକୁ ଭଂଗା ବୋତଲରେ ଭୁସି ମାରିଦେବୁ ବୋଲି ଭୟଭୀତ କରିଥିବା ଅଭିଯୋଗ କରିଛନ୍ତି ସମୀପ୍‌ । ସେ ଆହୁରି କହିଛନ୍ତି ଯେ, ତାଙ୍କ ପଡେ଼ାଶୀ ଲୁନା ଦାଶ ସେମାନଙ୍କୁ ମନା କରିବାରୁ ନିଶାସକ୍ତ ଯୁବକମାନେ ତାଙ୍କୁ ମାର୍‌ପିଟ୍‌ କରିବା ସହ ତାଙ୍କ ବେକରୁ ସୁନା ଚେନ୍‌ ଟାଣି ନେଇଛନ୍ତି । ଏହି ଘଟଣାର ଉଚିତ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ସମୀପ ବହିଦାର ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

jittmm
Leave A Reply

Your email address will not be published.