ନିଆଁ ଲାଗି ଜଳିଗଲା ବାଇକ୍‌ : ବର୍ତ୍ତିଲେ ୩ ଯୁବକ

କେସିଙ୍ଗା : କେସିଙ୍ଗା ବ୍ଲକ ଲଇତରା ପଞ୍ଚାୟତ ଦେଣ୍ଡାଗୁଡ଼ା ବ୍ରିଜ ନିକଟରେ ସନ୍ଧ୍ୟାରେ ଏକ ବାଇକ୍‌ରେ ନିଆଁ ଲାଗି ଜଳିଯାଇଥିଲା । କେସିଙ୍ଗା ସାନପଡ଼ା ଅଞ୍ଚଳର ୩ ଜଣ ଯୁବକ ଏକ ବାଇକ୍‌ରେ ଗୋଲାମୁଣ୍ଡାକୁ କୌଣସି କାମରେ ଯାଇଥିଲେ । ଫେରିବା ବାଟରେ ମାଟିଆ ଗାଁରେ ନିଜର ଜଣେ ସାଙ୍ଗକୁ ଛାଡ଼ି ଦେଣ୍ଡାଗୁଡ଼ା ବ୍ରିଜ ଦେଇ କେସିଙ୍ଗାକୁ ଫେରୁଥିଲେ । ଉକ୍ତ ବ୍ରିଜ ନିକଟରେ ଶୌଚ ପାଇଁ ଓହ୍ଲାଇବା ବେଳେ ହଠାତ୍ ପ୍ଲକପିନ୍‌ରେ ସର୍ଟ ସର୍କିଟ ହୋଇ ହୁତ୍‌ହୁତ୍ ହୋଇ ବାଇକ୍ ଜଳି ଉଠିଥିଲା । ୩ ଜଣ ଯୁବକ ଜୀବନ ବିକଳରେ ବାଇକ୍ ଛାଡ଼ି ଦେଇଥିବା ଯୋଗୁଁ ବର୍ତ୍ତିଯାଇଛନ୍ତି । ତେବେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା ।

Leave A Reply

Your email address will not be published.