oom

ଉତ୍କଳ ଓଡ଼ିଶା କନକ୍ଲେଭରେ ଟିଟିଲାଗଡ଼ର ତ୍ରିଲୋକ ନାଥ ଜୈନଙ୍କୁ ମିଳିଲା ଯୁବ ଉଦ୍ୟୋଗୀ ସମ୍ମାନ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟର ରାଜଧାନୀ ଠାରେ ଓଡିଶା ସରକାରଙ୍କ ଆୟୋଜକତାରେ ଦୁଇ ଦିବସୀୟ ଉତ୍କଳ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ଯୋଗ ଦେବା ସହ ରାଜ୍ୟ ପାଇଁ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ କମ୍ପାନୀ ମାନଙ୍କୁ ସୁଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କନକ୍ଲେଭର ଦ୍ୱିତୀୟ ଦିବସରେ ଓଡ଼ିଶାର ୬୦ ଜଣ ବିଭିନ୍ନ ଉଦ୍ୟୋଗୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲାର ଅରିହନ୍ତ ଇଲେକ୍ଟ୍ରିକାଲସ୍‌ ଆଣ୍ଡ ଇଞ୍ଜିନିୟରସ୍‌ର ସ୍ଵତ୍ଵାଧିକାରୀ ତ୍ରିଲୋକ ନାଥ ଜୈନଙ୍କୁ ଯୁବ ଉଦ୍ୟୋଗୀ ପୁରସ୍କାର ମିଳିଛି । ଏହି ଖବର ପ୍ରଚାରିତ ହେବା ପରେ ଟିଟିଲାଗଡ଼ ଲାୟଂସ କ୍ଲବ ସଭାପତି ଗଙ୍ଗାଧର ଶର୍ମା, ସମ୍ପାଦକ ଇ. ଆବାସ ଖାଁ, କ୍ଲବର ଅନ୍ୟ ସଦସ୍ୟ, ଚ୍ୟାମ୍ବର୍‌ ଅଫ୍‌ କମର୍ସର ସଭାପତି ଈଶ୍ୱର ଜୈନ, ଟିଟିଲାଗଡ଼ ବଣିକ ସଂଘର ସଭାପତି ଶମ୍ଭୁ ପ୍ରସାଦ ଗୋୟଲ୍, ଜେସିଆଇ ଟିଟିଲାଗଡ଼ ସିଟିର ସଭାପତି ବିକାଶ ଜୈନ, ନାଗରିକ ମଞ୍ଚର ସଭାପତି ରାଧାକାନ୍ତ ପାଢ଼ୀ, ଟିଟିଲାଗଡର ପୂର୍ବତନ ନଗରପାଳ ତଥା ବରିଷ୍ଠ ବିଜେପି ନେତା ଶୁଭ୍ରାଂଶୁ ଦାସ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଭବିଷ୍ୟତ ଆହୁରି ଉଜ୍ୱଳ ହେଉ ଏବଂ ଟିଟିଲାଗଡ଼ ସହରର ନାଆଁ ଆହୁରି ଆଗକୁ ନିଅନ୍ତୁ ବୋଲି ଉତ୍ତୋରତ୍ତର କାମନା କରିଛନ୍ତି ।

jittmm
Leave A Reply

Your email address will not be published.