jayashree

ଯୁବ ତାଲିମ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସକାଳ ଘ.୧୦ଟା ସମୟରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଆନୁକୂଲ୍ୟରେ ଏବଂ ବୀଣାପାଣି ଶିକ୍ଷା ସୈାଧ ସହଯୋଗରେ ବିଦ୍ୟାଳୟ ପରିସରରେ ଅଂଚଳର ଯୁବକ ସଂଘର ଯୁବ ଗୋଷ୍ଠୀଙ୍କୁ ନେଇ ସକରାତ୍ମକ ମାନସିକତା ଏବଂ ସୁସ୍ଥ ଭାରତ ଶିର୍ଷକ ଉପରେ ଏକ ତାଲିମ ଶିବିର ଆୟୋଜିତ ହୋଇଥିଲା । ତାଲିମ ଶିବିରର ମୁଖ୍ୟ ଅତିଥି ବିଦ୍ୟାଳୟର ଅଧ୍ୟକ୍ଷା ବାସନ୍ତୀ ମେହେର ଯୋଗଦାନ କରି ଦେଶ ଗଠନରେ ଯୁବକମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ବିଜ୍ଞାନ ମଧୂପର ସଂପାଦକ ଡ. ବି.ଏନ୍‌.ଶ୍ରୀକାନ୍ତ ଯୁବ ଓ କିଶୋର ସ୍ୱାସ୍ଥ୍ୟ ଏବଂ ସନ୍ତୁଳିତ ଖାଦ୍ୟ ଉପରେ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ୟ୍ୟକ୍ରମର ମୁଖ୍ୟ ପ୍ରଶିକ୍ଷକ ଅଶୋକ କୁମାର ମେହେର ଯୁବକମାନଙ୍କ କର୍ତ୍ତବ୍ୟ ଓ ଚାପମୁକ୍ତ ଜୀବନଶୈଳି ଉପରେ ତାଲିମ ଦେଇଥିଲେ । ଅନ୍ୟତମ ସାଧନ କର୍ମୀ ଅନ୍ତର୍ୟ୍ୟାମୀ ସାହୁ ମୌଳିକ ଅଧିକାର ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ତାଲିମରେ ସୌମ୍ୟରଂଜନ ଦ୍ୱାରା, ମିତ୍ରଭାନୁ ସାହୁ, ତରଣୀ ସାହୁ, ଅନସୂୟା ମନହିରା ପ୍ରମୁଖ ଉପସ୍ଥିତ ଥିଲେ । କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ନେହେରୁ ଯୁବ କେନ୍ଦ୍ରର ବିପିନ ବିହାରୀ ଜେନା ଏବଂ ତାଙ୍କ ସହଯୋଗ କରିଥିଲେ ବଳିୟାର ସିଂହ, କୃପାସିନ୍ଧୁ ଭୋଇ, ସତ୍ୟ ହୋତା ଏବଂ ପ୍ରମୋଦ ବେହେରା । ତାଲିମରେ ୬୨ ଜଣ ଯୁବକ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.