ଛତ୍ରପୁରର ବିକାଶଧାରାକୁ ବର୍ଦ୍ଧିତ କରିବାକୁ ଦୃଷ୍ଟି ଆକର୍ଷଣ କଲେ ବିଜେଡି ଯୁବ ସଭାପତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଛତ୍ରପୁର ଡିଆର୍‌ଡିଏ ମୁଖ୍ୟ ଛକଠାରେ ଆମ ଓଡ଼ିଶା ନବୀନ ଓଡିଶା ତଥା ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଦଳୀୟ ବିଜେଡି ଏବଂ ଛତ୍ରପୁର ନାଗରିକଙ୍କ ତରଫରୁ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା ଦିଆଯାଇଛି । ଛତ୍ରପୁର ନଗର ଯୁବ-ବିଜେଡି ସଭାପତି ଟି.ଚନ୍ଦ୍ରଶେଖର ରାଓ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରି ଛତ୍ରପୁର ସହର ବିକାଶ ଧାରାକୁ ବିକଶିତ କରିବାକୁ ଅନୁରୋଧ କରିଛନ୍ତି । ଛତ୍ରପୁରର ବିଭିନ୍ନ ଉନ୍ନୟନ ଦିଗରେ ଦୃଷ୍ଟିପାତ କରିବାକୁ ଶ୍ରୀ ରାଓ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave A Reply

Your email address will not be published.