ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଅପରାହ୍ନରେ ବଲାଙ୍ଗିର ସାର୍କିଟ ହାଉସ୍ରେ ସାଂସଦ ଶ୍ରୀମତୀ ସଂଗୀତା କୁମାର ସିଂହଦେଓଙ୍କ ଉପସ୍ଥିତିରେ ଯୁବ ପ୍ରତାପୀ ସେନାର ସଭାପତି ସାରାଂଶ ସାହୁଙ୍କ ନେତୃତ୍ୱରେ ୫୦ଜଣ ସଦସ୍ୟ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦାନ କରିଥିବା ଜଣାପଡ଼ିଛିି । ତେବେ ଯୁବ ପ୍ରତାପୀ ସେନା ସଭାପତି ଶ୍ରୀ ସାହୁ ଆଜିର ସଭାରେ ବିଜେଡ଼ିକୁ ଆକ୍ଷେପ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ହେଉଥିବା ଦର୍ଶାଇଥିଲେ । କେନ୍ଦ୍ରରୁ ଆସୁଥିବା ସମସ୍ତ ଅନୁଦାନ ଓ ରାଜ୍ୟରେ ହେଉଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାମକୁ ବିଜେଡ଼ି ସରକାର ଲୁଟ୍ କରିଥିବା କହିଥିଲେ ସାରାଂଶ । ଆଜିର ଏହି ମିଶ୍ରଣ ପର୍ବରେ ବିଜେପିି ସାଂସଦ ଶ୍ରୀମତୀ ସିଂହଦେଓଙ୍କ ସହ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି ପଙ୍କଜିନୀ ପଣ୍ଡା ଓ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ।