oom

ଟିଟିଲାଗଡ଼ ପୌର ପରିଷଦ ପକ୍ଷରୁ ନୂଆ-ଓ ଯୁବ ଓଡ଼ିଶା କ୍ରୀଡା କାର୍ଯ୍ୟକ୍ରମର ପୁରସ୍କାର ବିତରଣୀ ଉତ୍ସବ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ଼ ପୌର ପରିଷଦ ଦ୍ୱାରା ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ୧୩ରୁ ୧୫ ବର୍ଷ ଯୁବ କ୍ରୀଡା ପ୍ରେମୀଙ୍କୁ ନେଇ କ୍ରିକେଟ, ଫୁଟବଲ, ହକି, ଖୋ-ଖୋ, କବାଡି, ଭଲିବଲ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । ସେହି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ଟିମ୍‌ମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ବିତରଣ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢୀ, ପୌର ଉପାଧକ୍ଷା ଶ୍ରୀମତୀ ପୁଷ୍ପା ମଞ୍ଜରୀ ଜାଲ, ପୌର ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟଙ୍କ ସମେତ ସାତଜଣ ବିଜେଡ଼ି କାଉନ୍‌ସିଲର୍‌ ମଞ୍ଚାସିନ ଥିଲେ । ପ୍ରଥମେ ଟିଟିଲାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଘଣ୍ଟାସୁଣୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ୱଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏମ୍‌ଆଇଏସ୍‌ ତାରାକାନ୍ତ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ । ଏହି ନୂଆ-ଓ କାର୍ଯ୍ୟକ୍ରମ ରାଜ୍ୟ ବ୍ୟାପୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିଲା । ଏଥିରେ ଖେଳ ଖେଳୁଥିବା ଖେଳାଳିଙ୍କ ପ୍ରତିଭା ଲୋକ ଲୋଚନକୁ ଆଣିବା ସହିତ ରାଜ୍ୟ ତଥା ଜାତୀୟ ସ୍ତରର ଖେଳମାନଙ୍କୁ ଅଂଶ ଗ୍ରହଣ କରିପାରିବାର ସୁଯୋଗ ପାଇ ପାରିବେ ବୋଲି କହିବା ସହ ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ବର୍ଷ ହେଉ ବୋଲି ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ । ପ୍ରଥମ ପର୍ଯ୍ୟାୟ, ଦ୍ୱିତୀୟ ପର୍ଯ୍ୟାୟ ଓ ତୃତୀୟ ପର୍ଯ୍ୟାୟରେ ପହଞ୍ଚି ଥିବା ଟିମଙ୍କୁ ପୁରସ୍କାର ରାଶି ପ୍ରଦାନ କରିଥିଲେ ଅତିଥି ଗଣ ।

jittmm
Leave A Reply

Your email address will not be published.