oom

ରାମଚଣ୍ଡି ମନ୍ଦିରରେ ଯୁବ କୁଲୁତା ସମାଜର ବୃକ୍ଷରୋପଣ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହନାଥ ସ୍ଥିତ ରାମଚଣ୍ଡି ମନ୍ଦିର ପରିସରରେ ଯୁବ କୁଲୁତା ସମାଜ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ତଥା ପ୍ରକୃତି ମିତ୍ର ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଛତିଶଗଡ କୁଲୁତା ସମାଜ ସଭାପତି ରଥିଲାଲ ଗୁପ୍ତା, ହରିଚରଣ ପ୍ରଧାନ, ଓଡିଶା କୁଲୁତା ସମାଜ ସଂପାଦକ ଗୋପାଳ ପ୍ରଧାନ ଯୋଗଦାନ କରିଥିଲେ । ପରିବେଶର ସୁରକ୍ଷା ପାଇଁ ଏହି ଯୁବ ସଂଗଠନ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ପରିବେଶ ସଚେତନତା ସୃଷ୍ଟି କରି ଆସୁଥିବାର ଦେଖିବାକୁ ମିଳୁଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ଉପସଭାପତି ସାନୁଜ ବିଶ୍ୱାଲ, ସଦସ୍ୟ ପ୍ରଶନ୍ନ ଗଡତ୍ୟା, ଜୁଲୁ ପ୍ରଧାନ, ଶିବା ଗଡତ୍ୟା, ସୁବର୍ଣ୍ଣପୁର କୁଲୁତା ସମାଜ ସଭାପତି ମୁରଲିଧର ବିଶ୍ୱାଲ, ନୂଆଁପଡା ଜିଲ୍ଲା ସଭାପତି ସରୋଜ ସାହୁ, ସଦସ୍ୟ ବିରେନ୍ଦ୍ର ପ୍ରଧାନ, ଅତାବିରା ବ୍ଲକ ସଭାପତି ଦିବାକର ପ୍ରଧାନ, ପାଇକମାଲ ଅଂଚଳର ଭୁବନେଶ୍ୱର ସା, ଟାଇଲ ଚନ୍ଦ୍ର ଭୋଇ, ଯୋଗେନ୍ଦ୍ର ଭୋଇ ଓ ହେମନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.