oom

ଯୁବ ଗୋଷ୍ଠୀଙ୍କ ସମର୍ଥନରେ ନିର୍ବାଚନ ଲଢ଼ିବେ ଯୁବ ସାମ୍ବାଦିକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତରେ ଗୁଦେରପାଲି ଗ୍ରାମ ପଞ୍ଚାୟତର ଯୁବ ଗୋଷ୍ଠୀଙ୍କ ସମର୍ଥନରେ ଯୁବ ସାମ୍ବାଦିକ ରିଙ୍କୁ ଦେବତା ସମିତି ସଭ୍ୟ ପ୍ରାର୍ଥୀ ଭାବରେ ଆଜି କୋଭିଡ ଗାଇଡ୍‌ ଲାଇନକୁ ମାନି ବିଧିବଦ୍ଧ ଭାବରେ ଦୁଇ ଜଣ ସମର୍ଥକ ରାଜକିଶୋର ବିଶ୍ୱାଳ ଏବଂ ଶଶିକାନ୍ତ ମହାକୁରଙ୍କୁ ସାଙ୍ଗରେ ନେଇ ଗାଇସିଲେଟ ବ୍ଳକ କାର୍ଯ୍ୟାଳୟରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିର୍ବାଚିତ ହେଲା ପରେ ତାଙ୍କର ପ୍ରଥମ ଲକ୍ଷ ଗୁଦେରପାଲି ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ଏବଂ ଜନସାଧାରଣଙ୍କ ସେବା କରିବା, ଲୋକଙ୍କ ଦୁଃଖ ସୁଖରେ ସାମିଲ ହେବା ଏବଂ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା ପ୍ରଥମ ମୁଦ୍ଦା ରହିବ ବୋଲି ସେ କହିଛନ୍ତି ।

jittmm
Leave A Reply

Your email address will not be published.