ଶ୍ରୀ ରାମକୃଷ୍ଣ ଆଶ୍ରମରେ ଜାତୀୟ ଯୁବ ଦିବସ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁରର ମୋଟୋଗଣ୍ଡା ସ୍ଥିତ ରାମକୃଷ୍ଣ ଆଶ୍ରମଠାରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏଥିରେ ଆଶ୍ରମର ସମ୍ପାଦକ ଅଶୋକ ନନ୍ଦ ମହାରାଜଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବ୍ଲକ୍ ଅଧ୍ୟକ୍ଷା ମନ୍ଦାକିନୀ ସିଂଦେଓ, ସମ୍ମାନିତ ଅତିଥି ଭାବେ ମ.ରାମପୁର ସରପଞ୍ଚ ବୀଣାପାଣି ସାହୁ, ସ୍ୱାମୀ ବୀରେଶା ନନ୍ଦ, ସ୍ୱାମୀ ଦ୍ଧିରେଶା ନନ୍ଦ, ସ୍ବାମୀ ଶୁକଦେବ ନନ୍ଦ, ଭବାନୀ ପାଟଣା ବିବେକ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶିବରାମ ନାୟକ, ବିବେକାନନ୍ଦ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସୁରେନ୍ଦ୍ର ମହାକୁଡ, ପ୍ରଣୟ ଆନନ୍ଦ ତ୍ରିପାଠୀ, ରମାକାନ୍ତ ବେହେରା ଆଦି ଉପସ୍ଥିତ ଥିଲେ ।ଅଞ୍ଚଳର ଆଖପାଖ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

jittmm
Leave A Reply

Your email address will not be published.