ଭଗତ ସିଂ ଉଚ୍ଚ ବିଦ୍ୟାଳୟରେ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳୀଠାରେ ଅବସ୍ଥିତ ସହିଦ ଭଗତ ସିଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସରକାରଙ୍କ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ କଲେଜ ଅଡ଼ିଟରିୟମ୍‌ ହଲ୍‌ଠାରେ ଏକ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ କଲେଜ ଅଧକ୍ଷ ଦିବାକର ସ୍ୱାଇଁ ଅଧକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ପୂର୍ବତନ ସରପଞ୍ଚ ତଥା କଲେଜ ପ୍ରତିଷ୍ଠାତା ବଂଶୀଧର ଗୌଡ଼, ମୁଖ୍ୟବକ୍ତା ଅଭିରାମ ବେହେରା, ସମ୍ମାନିତ ଅତିଥି ଡିଗ୍ରୀ କଲେଜ ଅଧକ୍ଷା ମିନତୀ ପଟ୍ଟନାୟକ, ସରପଞ୍ଚ ବୈରାଗୀ ବେହେରା, ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ନାୟକ, ସମିତି ମେମ୍ବର ସୀମା ସାବିତ୍ରୀ, ନୋଡାଲ ଅଫିସର ଅଭିମନ୍ୟୁ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଓଡ଼ିଆ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ. ଗୌରୀ ଶଙ୍କର ଶତପଥୀ, ଉଦ୍ଭିଦ ବିଜ୍ଞାନ ମୁଖ୍ୟ ସରୋଜ ଦାସ ଏବଂ ସଂସ୍କୃତିକ ମୁଖ୍ୟ ଭଗବାନ ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ୪୫ ଦିନ ଧରି ଚାଲିଥିବା ସରକାରଙ୍କ ଯୁବ ଦକ୍ଷତା ଓ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆସିବା ମୁଖ୍ୟ ଆଭିମୁଖ୍ୟ ବୋଲି କଲେଜ ପକ୍ଷରୁ କୁହାଯାଇଛି । ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.