କମ୍‌ଗାଁ ଶକୁନ୍ତଳା ସ୍ନାତକ କଲେଜଠାରେ ଯୁବ ବାହିନୀ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭଟଲି ବ୍ଲକ ଅନ୍ତର୍ଗତ କମ୍‌ଗାଁ ଶକୁନ୍ତଳା ବିଦ୍ୟାଧର ସ୍ନାତକ ମହାବିଦ୍ୟାଳୟରେ ରେଡକ୍ରସ ଓଡିଶା ଶାଖା ପକ୍ଷରୁ ଯୁବ ବାହିନୀ ଶିବିର ଆୟୋଜିତ ହୋଇଯାଇଛି । ରେଡକ୍ରସ ଭଟଲି ଅମ୍ବାଭୋନା ବ୍ଲକର ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଏବଂ ସ୍ନାତକ କଲେଜର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପରମାନନ୍ଦ ରଥ, ସମ୍ମାନିତ ଅତିଥି ଭାବେ କମ୍‌ଗାଁ ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷ ପ୍ରେମାନନ୍ଦ ପଟେଲ, ଅଧ୍ୟାପକ ରଜନୀ ସାହୁ ଯୋଗ ଦେଇ ଯୁବ ବାହିନୀ ଗଠନର ଉଦେଶ୍ୟ, ତାତ୍ପର୍ଯ୍ୟ ଓ ନିଷ୍ଠାପର ସେବାରେ ନିଜକୁ ନିୟୋଜିତ କରିବା ବୋଲି ମତବ୍ୟକ୍ତ କରିଥିଲେ । କଲେଜ ଅଧ୍ୟକ୍ଷ ଡ଼ଃ ରତିକାନ୍ତ ସାହୁ ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ । ଅଧ୍ୟାପକ ମୁକେଶ କୁମାର ଭୋଇ ସ୍ବାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପିକା ଦୀପାଞ୍ଜଳୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.