lika

ଯୁବ ପିଢିଙ୍କ ପାଇଁ ଟୀକା ଦାବୀ କଲା ଯୁବ ଏକ୍ସନ କମିଟି

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ୟୁଥ ଏକ୍ସନ କମିଟି ତରଫରୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ବଲାଙ୍ଗିରର ୧୮ ବର୍ଷରୁ ଉଦ୍ଧ୍ୱର୍ ଯୁବକ ଯୁବତୀମାନଙ୍କୁ ବଲାଙ୍ଗିରରେ ଟୀକା ଦେବା ପାଇଁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ସିଂ ଲାଗୁରି, ଅତିରିକ୍ତ ଜିଲ୍ଲାପାଳ ବଲାଙ୍ଗିରଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଗଲା । ସାରା ବିଶ୍ୱରେ କରୋନାର ପ୍ରକୋପ ଥିବା ବେଳେ କରୋନା ଦ୍ୱିତୀୟ ଲହର ଅଧିକାଂଶ ଯୁବକ ଯୁବତୀମାନଙ୍କୁ କବଳିତ କରୁଛି । ଏହି ପରିପ୍ରେକ୍ଷିରେ ସରକାର ୧୮ ବର୍ଷର ଯୁବକ, ଯୁବତୀମାନଙ୍କୁ ମେ ୧, ୨୦୨୧ ରୁ ଟିକା ଦେବା ପାଇଁ ଘୋଷଣା କରିଥିଲେ କିନ୍ତୁ ଦଃଖର ବିଷୟ ଏ ପର୍ୟ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ଯୁବକମାନଙ୍କୁ ଟୀକାଦାନରେ ବଞ୍ଚିତ କରାଯାଇଛି । ଏହି ପରିପ୍ରେକ୍ଷିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଲାଗୁରିଙ୍କ କାହିକି ଏ ପର୍ୟ୍ୟନ୍ତ ଯୁବକ ଯୁବତୀମାନଙ୍କୁ ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିବାରୁ କେନ୍ଦ୍ର ଓ ରାଜ୍ୟରୁ ଟୀକା ଆସିନାହିଁ କହିଥିଲେ । ଅନ୍ୟ ଜିଲ୍ଲାମାନଙ୍କୁ ଟୀକା ଦିଆଯାଉଥିବା ପ୍ରଶ୍ନ ପଚାରିବାରୁ କଥାକୁ ଏଡେଇ ଯାଇ ଆପଣମାନଙ୍କ ଦାବିକୁ ଆମେ ସରକାରଙ୍କ ନିକଟକୁ ପଠେଇଦେବୁ କହିଥିଲେ କିନ୍ତୁ ତାଙ୍କଠାରୁ କୌଣସି ନିର୍ଭର ପ୍ରତିଶୃତି ଦେଇ ନ ଥିଲେ । ଏହି ଭଳି ସମ୍ବେଦନଶିଳ ଘଟଣାକୁ ସହଜ (ହେବ) ମନେକରୁଥିବା ଜିଲ୍ଲା ପ୍ରଶାସନର ବୈମାତୃକ ମନୋଭାବ ପୋଷଣ କରୁଥିବା ସହଜର ଅନୁମାନ କରି ହେଉଛି । ଆଗାମୀ ଦିନରେ ଯଥା ଶିଘ୍ର ଟିକା ଦେବା ଆରମ୍ଭ ନ କଲେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ । ଆଜିର ଏହି ସାକ୍ଷାତ କାର୍ୟ୍ୟକ୍ରମରେ ସଭାପତି ବିନୋଦ କାଲସାଏ, ସଂଯୋଜକ ରିଲୁ ରଥ, ଟୁନୁ ସେନ, ପ୍ରଶାନ୍ତ ମହାକୁର, ଆଦି ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.