କୁକୁଡା ଲଢେଇ ଜୁଆଖେଳ ଉପରେ ଚଢଉ କଲା ପୋଲିସ : ୬ ଗିରଫ

ବୈପାରିଗୁଡା : କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ପଖନାଗୁଡା ଠାରେ ଚାଲିଥିବା ଏକ କୁକୁଡ଼ା ଲଢେଇ ଉପରେ ପୁଲିସ ଚଢାଉ କରିଛି । ବୈପାରିଗୁଡା ଆଇଆଇସି ରଘୁନାଥ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇ ଅସିତ କୁମାର ବଳବନ୍ତରାୟଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା । ତେବେ ପୁଲିସ ଦୁଇ ଭାଗ ହୋଇ ଦୁଇ ଦିଗରୁ ଚଢ଼ାଉ କରିବା ଫଳରେ ଜୁଆଡିମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।
ପୁଲିସ ଦୁଇଟି ଲଢ଼ୁଆ ଗଂଜା ସହ ଗୋଟିଏ ବାଇକ୍‌, ପାଞ୍ଚଟି ସାଇକେଲ ଏବଂ ୨୫୦୦ ଟଙ୍କା ଜବତ କରିଛନ୍ତି । ଏଥିସହ ଖୁଡୁଖୁଡି ଖେଳରେ ବ୍ୟବହୃତ ହେଉଥିବା ପାଲି, ୬ଟି ଗୋଟି ମଧ୍ୟ ଜବତ କରି ୬ ଜଣ ଜୁଆଡିକୁ ଗିରଫ କରି ଅଟକ ରଖାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଧାନ ଅମଳ ପରେ ସାଧାରଣତଃ ଆଦିବାସୀ ବହୁଳ ଗାଁ ଗହଳିରେ କୁକୁଡା ଲଢାଇ ଚାଲିଥାଏ । ଏଥିସହ ଖୁଡୁଖୁଡି ଖେଳ ମଧ୍ୟ ଚାଲେ । ଏଥିରେ ବହୁ ବ୍ୟକ୍ତି ସର୍ବସ୍ୱାନ୍ତ ହେବାର ନଜର ମଧ୍ୟ ରହିଛି । ବୈପାରିଗୁଡା ପୁଲିସ ଏହି ବେନିୟମ ଜୁଆଖେଳକୁ ବନ୍ଦ କରିବା ପାଇଁ ପଦକ୍ଷେପ ନେବା ସହ ଆଗାମୀ ଦିନରେ ମଧ୍ୟ ଏହି ଚଢଉ ଜାରିରହିବ ବୋଲି ଏସ୍‌ଆଇ ଅସିତ କୁମାର ବଳବନ୍ତରାୟ ପ୍ରକାଶ କରିଛନ୍ତି । ଏହି ଚଢ଼ାଉରେ ହାବିଲ୍‌ଦାର ପି.କେ. ଦଣ୍ଡସେନାଙ୍କ ସହ ଅନ୍ୟ ପୁଲିସ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

error: Content is protected !!