୧୧ ଜୁଆଡ଼ିଙ୍କୁ ବାନ୍ଧିଲା ଲାଠୋର ପୋଲିସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ୧୧ ଜୁଆଡ଼ିଙ୍କୁ ଗିରଫ୍‌ କରିଛି ଲାଠୋର ପୋଲିସ । ସୂଚନା ଅନୁସାରେ ଗତ ରାତି ପ୍ରାୟ ୧ଟା ସମୟରେ ଲାଠୋର ବନ୍ଧ ଆଡ଼ିରେ ଜୁଆ ଖେଳୁଥିବା ଜୁଆଡ଼ିଙ୍କୁ ଅତର୍କିତ ଭାବେ ଚଢ଼ାଉ କରି କାବୁ କରିବାରେ ସଫଳ ହୋଇଛି ଲାଠୋର ପୋଲିସ । ସେମାନଙ୍କ ଠାରୁ ନଗଦ ୧୬ ହଜାର ୫୪୦ ଟଙ୍କା, ୬ଟି ମୋଟର ସାଇକେଲ୍‌, ୧୦୪ଟି ତାସ୍‌ ପତା ଏବଂ ୫ଟି ମୋବାଇଲ୍‌ ଫୋନ୍‌ ଜବତ୍‌ କରାଯାଇଛି । ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ପାଟଣାଗଡ଼ ଏସ୍‌ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା ।

Leave A Reply

Your email address will not be published.