ରଘୁନାଥପୁରର ଜୁଆ ଆଡ୍ଡାରେ ଚଢ଼ାଉ, ୬ ଜଣ ଗିରଫ ସହ ୩୬,୬୧୦ ଟଙ୍କା ଜବତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ ଅନ୍ତର୍ଗତ ଚମାଖଣ୍ଡି ଥାନା ରଘୁନାଥପୁର ଗ୍ରାମର କାଳିମନ୍ଦିରଠାରେ, ଏକ ଜୁଆ ଆଡ୍ଡା ଚାଲିଥିବା ବେଳେ ଚମାଖଣ୍ଡି ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚମାଖଣ୍ଡି ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତାଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରିଥିବା ଜଣାପଡିଛି । ସୂଚନା ଅନୁସାରେ ୬ ଜଣ ଜୁଆଡି ଜୁଆ ଖେଳୁଥିବା ବେଳେ ସେମାନଙ୍କଠାରୁ ନଗଦ ୩୬,୬୧୦ ଟଙ୍କା ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚତାଉରେ ସବ ଇନ୍ସପେକ୍ଟର ପ୍ରମୋଦ କୁମାର ଶତପଥୀ, ଏଏସ୍‌ଆଇ ଅରୁଣ କୁମାର ରାଉତ ଓ ଚମାଖଣ୍ଡି ଥାନା ପୋଲିସ କର୍ମଚାରୀ ସହାୟତା କରିଥିଲେ । କେସ୍‌ ନମ୍ବର- ୧୮୩ / ୨୦୨୧ ରୁଜୁ କରାଯାଇ ତଦନ୍ତ ଜାରୀ ରହିଛି ।

jittmm
Leave A Reply

Your email address will not be published.