ବଲାଙ୍ଗିର ଜେଏସ୍‌ଏମ୍‌ କଲେଜର ତିନୋଟି ବିଦ୍ୟାର୍ଥୀ ସି.ଏ ଫାଉଣ୍ଡେସନ୍‌ ପରୀକ୍ଷାରେ ପାସ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜେଏସ୍‌ଏମ୍‌ କଲେଜର ତିନୋଟି ଛାତ୍ରଛାତ୍ରୀ ଅଞ୍ଜଲି ୱାଡୱାନି, ଅନିସ୍ ଜୈନ୍ ଓ ଆସ୍ଥା ଅଗ୍ରୱାଲ ଚାଟାର୍ଡ ଆକାଉଣ୍ଟାଣ୍ଟ ଫାଉଣ୍ଡେସନ ପରୀକ୍ଷା- ଜୁଲଇ ୨୦୨୧ରେ ଉତ୍ତୀର୍ଣ୍ଣ ହୋଇ ବଲାଙ୍ଗିର ପାଇଁ ଗୌରବ ଆଣିଦେଇଛନ୍ତି । ଆଗକୁ ସେମାନେ କିପରି ଏକ ଉତ୍ତମ ସି.ଏ ହୋଇ ଲୋକଙ୍କ ସେବା କରିପାରିବେ ବୋଲି ତାଙ୍କର ଲକ୍ଷ୍ୟ ରହିଥିବା ବେଳେ ଜେଏସ୍‌ଏମ୍‌ କଲେଜକୁ ମଧ୍ୟ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ସହିତ ଶିକ୍ଷ୍ୟା ଅନୁଷ୍ଠାନର ଶିକ୍ଷକମାନଙ୍କର ପରିଶ୍ରମର ଫଳ ଆଜି ବଲାଙ୍ଗିରବାସୀଙ୍କ ପାଖରେ ଜଳ ଜଳ ହୋଇ ଦିଶୁଛି । ଆଗକୁ ମଧ୍ୟ ଏହି ଶିକ୍ଷ୍ୟା ଅନୁଷ୍ଠାନର ଅନେକ ଛାତ୍ରଛାତ୍ରୀ ସି.ଏ ପରୀକ୍ଷା ଦେବା ନିମନ୍ତେ ମନୋନୀତ ହୋଇଛନ୍ତି । ଏହି ଶିକ୍ଷ୍ୟାନୁଷ୍ଠାନ ପାଠ ପଢା ଓ ସେବା ମନୋବୃତ୍ତି ନେଇ ଛଅ ବର୍ଷରେ ପଦାର୍ପଣ କରି ସଫଳତା ହାସଲ କରିଥିବାରୁ କଲେଜ କର୍ତ୍ତୃପକ୍ଷ ଆତ୍ମ ସନ୍ତୋଷ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.