ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା

ଭୁବନେଶ୍ଵର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା । ଆଜି ସନ୍ଧ୍ୟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ । ବିମାନବନ୍ଦରରୁ ସିଧାସଳଖ କୋଣାର୍କ ଯାଇଥିଲେ ଜେ.ପି ନଡ୍ଡା । ସେଠାରେ ଇକୋରିଟ୍ରିଟରେ ରାତ୍ରିଯାପନ କରିବେ । ଆସନ୍ତାକାଲି ସକାଳ ୧୦ଟାରେ ପୁରୀରେ ଆୟୋଜିତ ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ ନଡ୍ଡା । ଏହା ପରେ ଦିନ ୨ଟା ବେଳେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କର ଦର୍ଶନ କରିବେ । ପୁରୀରୁ ଫେରି ଭୁବନେଶ୍ୱର ରାଜ୍ୟ ଅତିଥି ଭବନରେ ରାଜ୍ୟ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ ନଡ୍ଡା । ହୋଇଥିଲେ ବି ନିଗମ ବୋର୍ଡର ନିଯୁକ୍ତି ନେଇ ହୋଇଥିବା କସରତରେ ଚୁଡାନ୍ତ ମୋହର ବାଜିପାରେ । ବିଜେପି ରାଜ୍ୟ ନେତୃତ୍ବକୁ ସଂଗଠନ କିପରି ବଢିବ ସେ ନେଇ ପରାମର୍ଶ ଦେଇପାରନ୍ତି ନଡ୍ଡା ।

Leave A Reply

Your email address will not be published.