jayashree

ପୂର୍ବତନ ପୁଇଁନ୍ତଳା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନାମୟୀ ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ପୁଇଁନ୍ତଳା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନାମୟୀ ମିଶ୍ରଙ୍କ ପରଲୋକ ହୋଇଯାଇଛି । ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ବରଗଡ ଏକ ଘରୋଇ ହସପିଟାଲକୁ ନେବା ସମୟରେ ରାସ୍ତାରେ ଦେହାନ୍ତ ହୋଇଥିଲା । ପରେ ତାଙ୍କୁ ତାଙ୍କ ବଲାଙ୍ଗିର ସ୍ଥିତ ଘରକୁ ଅଣାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହେଉଥିଲା । ମୃତ୍ୟୁ ସମୟରେ ତାଙ୍କ ଦେଢସୁର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ସ୍ୱାମୀ ଆଇନଜୀବି ବିନାୟକ ମିଶ୍ର, ବଡପୁଅ ଆଇନଜୀବି ସିଦ୍ଧାର୍ଥ ମିଶ୍ର, ସାନପୁଅ ହେମନ୍ତ ମିଶ୍ର, ବୋହୁ ମନୀଶା, ଲଭଲି, ଭଣଜା ଆକାଶ ମିଶ୍ର, ନାତି ଡୁଗଡୁଗ, ଦେବ, ନାତୁଣୀ ଅପୂର୍ଭା, ବିଧିଙ୍କ ସମେତ ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଗତକାଳି ସକାଳ ୧୦ଟା ସମୟରେ ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ଛତାମଖନା ତାଙ୍କ ଶଶୁରାଳୟ ଗ୍ରାମରେ ତାଙ୍କର ଅନ୍ତଷ୍ଠିକ୍ରିୟା କରାଯାଇଥିଲା । ବଡପୁଅ ସିଦ୍ଧାର୍ଥ ମୁଖାଅଗ୍ନୀ ଦେଇଥିଲେ । ଏହି ଅବସରରେ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, ତାଙ୍କ ପରିବାର ସଦସ୍ୟ ବିରେନ ମିଶ୍ର, ଆଇନଜୀବି ବାବୁଲୁ ମିଶ୍ର, ଜିଲ୍ଲା ସମବାୟ ବ୍ୟାଙ୍କ ସଭାପତି ସ୍ମାରକ ମିଶ୍ର, ରାହୁଲ ମିଶ୍ରଙ୍କ ସମେତ ପରିବାରର ସମସ୍ତ ସଦସ୍ୟ, ଜିଲ୍ଲା କ୍ରିଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଝାରୀ, ଆଇନଜୀବି ସୁବାସ ନନ୍ଦ, ମନୋଜ ସାହୁ, ସୁଦ୍ଧାର୍ଥୀ ପଟେଲ, ସମିର ରଥ, ମନୀଷ ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶ୍ରୀମତୀ ମିଶ୍ର ଜଣେ ପରପୋକାରୀ, ଧର୍ମ ପରାୟଣ ଓ ସ୍ନେହି ମହିଳା ଥିଲେ ତାଙ୍କ ଦେହାନ୍ତରେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.