କୋଟେନଚୁଆଁ ହାଇସ୍କୁଲ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସଞ୍ଜୟ କୁମାର ମେହେର ପାଇଲେ କଳାହାଣ୍ଡି ଜୋନାଲ୍ ଶିକ୍ଷକ ପୁରସ୍କାର

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ କୋଟେନଚୁଆଁ ହାଇସ୍କୁଲ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସଞ୍ଜୟ କୁମାର ମେହେର ପାଇଲେ କଳାହାଣ୍ଡି ଜୋନାଲ୍ ଶିକ୍ଷକ ପୁରସ୍କାର । କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ସଂବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେଉଥିଲା । ଜୋନାଲ ଶିକ୍ଷା ନିରିକ୍ଷକ କମଳାକାନ୍ତ ପ୍ରହରାଜଙ୍କ ସଭାପତିତ୍ୱ ସଂବର୍ଦ୍ଧନା ସଭାରେ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାଏ, କଳାହାଣ୍ଡି ନୂଆପଡା ଜିଲ୍ଲା ଶିକ୍ଷା ଅଧିକାରୀ ଉଦୟ ସିଂ ମାଝୀ, ନବରଙ୍ଗପୁର ଜିଲ୍ଲା ଶିକ୍ଷା ନିରୀକ୍ଷକ କୈଳାସ ମହାରଣା, ସହକାରୀ ଜିଲ୍ଲାପାଳ ଟିଟିଲାଗଡ଼ ସଂନ୍ଦିପ ଚନ୍ଦ୍ରକାର, ସହକାରୀ ଜିଲ୍ଲାପାଳ ଭବାନିପାଟଣା ହରିସଂଙ୍ଗ ମାଝୀ ଯୋଗ ଦେଇଥିଲେ । ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଜୋନାଲ୍‌ ସ୍ତରରେ ମୋଟ ୬ ଜଣ ଆଦର୍ଶ ଶିକ୍ଷକଙ୍କୁ ଏହି ଅବସରରେ ସଂବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.