ଭଡ଼ା କାର ପାର୍କିଂ ଉପରେ ଟ୍ରାଫିକ ପୋଲିସର ଜୋର୍‌ଦାର୍‌ ଚଢ଼ାଉ : ୧୦୮ଟି କାର୍‌ଠାରୁ ଜୋରିମାନା ଆଦାୟ

ଭୁବନେଶ୍ୱର : ସୁରୁ କମ୍ପାନୀ-ଏୟାରପୋର୍ଟ ରାସ୍ତାକଡ଼ରେ ବେଆଇନ ଭାବେ ଭଡ଼ା କାର ପାର୍କିଂ ଉପରେ ଆଜି ଟ୍ରାଫିକ ପୋଲିସ ଜୋର୍‌ଦାର୍‌ ଚଢ଼ାଉ କରିଥିବା ଜଣାପଡ଼ିଛି । ମୋଟ ୧୦୮ଟି କାର୍‌ଠାରୁ ଜୋରିମାନା ଆଦାୟ କରାଯାଇଥିବା ସୂଚନା ରହିଛି । ସୂଚନା ଅନୁସାରେ ପାର୍କିଂ ଯୋଗୁଁ ରାସ୍ତାରେ ଟ୍ରାଫିକ ସମସ୍ୟା ବହୁଳ ପରିମାଣରେ ସୃଷ୍ଟି ହେଉଥିଲା । ତେଣୁ ଆଜି ଜୋରିମାନା ଆଦାୟ କରିବା ସହ ଚେତାବନୀ ମଧ୍ୟ ଦିଆଯାଇଛି । ଆଗାମୀ ଦିନରେ ଯଦି ପୁଣି ଏହିପରି ସମସ୍ୟା ଉପୁଜେ ତେବେ ଜୋର୍‌ଦାର୍‌ ଚଢ଼ାଉ ହେବ ବୋଲି ଟ୍ରାଫିକ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.