jayashree

ଜିଲ୍ଲା ପରିଷଦ ଜୋନ ସଂରକ୍ଷଣ ବଦଳିଲା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ପୂର୍ବ ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକାକୁ ସଂଶୋଧନ କରି ନୂଆ ତାଲିକା ପ୍ରକାଶ ପାଇଛି । ରାଜନୈତିକ ସମୀକରଣ ବଦଳି ଯାଇଛି । ଆଗଲପୁର(ଡୁଡୁକା) ବ୍ଲକରେ ୨ଟି ଜିଲ୍ଲା ପରିଷଦ ଆସନ ଥିବାବେଳେ ସେଥିରେ ଗୋଟିଏ ପରିବର୍ତ୍ତନ ହୋଇଛି । ପୂର୍ବରୁ ୧ନଂ ଜୋନ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ତାହା ଏବେ ଅଣ ସଂରକ୍ଷିତ କରାଯାଇଛି । ୨ନଂ ଜୋନ ଯାହା ଥିଲା ତାହା ରହିଛି । ଫଳରେ ୨ଟିଯାକ ଆସନ ପାଇଁ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆସନ ପରିବର୍ତ୍ତନ ଫଳରେ ଆଶାୟୀ ଥିବା ଅନେକଙ୍କୁ ନିରାଶ ହେବାକୁ ପଡୁଛି । ତିନି ପ୍ରମୁଖ ଦଳ ମଧ୍ୟରେ ପୁଣିଥରେ ନୂତନ ପ୍ରାର୍ଥିଙ୍କୁ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି । ଆସନ ଘୋଷଣା ପରେ ନିଜ ନିଜର ସମର୍ଥକଙ୍କୁ ନେଇ ଦଳୀୟ ଟିକଟ ପାଇଁ ଲବି ଆରମ୍ଭ କରି ସାରିଲେଣି । ଆଶାୟୀଙ୍କ ସଂଖ୍ୟା ବହୁତ ଥିବାରୁ ଦଳ ପକ୍ଷରୁ କି ପ୍ରକାର ଋଣନୀତି ପ୍ରସ୍ତୁତ ହେଉଛି ତାହା ଦେଖିବାକୁ ବାକି ରହିଲା । ଗତ ନିର୍ବାଚନରେ ୨ନଂ ଜୋନ ଜିଲ୍ଲା ପରିଷଦ ବିଜେପିର ସୁକୁମାରୀ ଧରୁଆ ବିଜୟୀ ହେଉଥିବାବେଳେ ୧ନଂ ଜୋନରେ ବିଜେପିର ଭାରତୀ ମହାନନ୍ଦ ବିଜୟୀ ହୋଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଥିଲେ। ଚଳିତ ନିର୍ବଚନରେ କେଉଁଦଳ ବିଜୟୀ ହେବ ତାହା ଆଗାମୀ ଦିନରେ ଜଣାପଡିବ ।

Leave A Reply

Your email address will not be published.