ଯୋଖିପାଲିର ଝିଅ ସୀତା ବାରିକ ହେଲେ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷା ପଦ ପାଇଁ ପ୍ରଥମ ଥର ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଜୁ ଜନତ ଦଳ ସମର୍ଥିତ ପ୍ରାର୍ଥୀନୀ ସୀତା ବାରିକ ବିଜୟ ଲାଭ କରିଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀଙ୍କ ଠାରୁ ୬୪୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟିନୀ ହୋଇଛନ୍ତି । ସୀତା ବାରିକଙ୍କ ପୈତୃକ ଘର ଯୋଖିପାଲି ଅଟେ ଏବଂ ସେ ବିଜେପୁର ନିବାସୀ ଲକ୍ଷ୍ମଣ ବାରିକଙ୍କୁ ବିବାହ କରିଛନ୍ତି । ତାଙ୍କର ଏହି ବିଜୟରେ ଯୋଖିପାଲି ଗ୍ରାମରୁ ଶୁଭେଚ୍ଛାର ବାର୍ତା ଛୁଟୁଛି ।

Leave A Reply

Your email address will not be published.