ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସୁନଖଣ୍ଡି ପଞ୍ଚାୟତ ରାଇଲିମା ଗାଁରେ ଜଣେ ଡଙ୍ଗରିଆ ଯୁବକ ଝରଣା ପାଣିକୁ ପିଇବା ବେଳେ ଜୋକକୁ ଗିଳି ଗୁରୁତର ଅବସ୍ଥାରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଲଦା ହୁଈକାଙ୍କ ସାନ ପୁଅ ଶ୍ୟାମ ହୁଈକା, ବୟସ୧୮ ସେ ଗାଁର ସାଙ୍ଗ ସହ ଜଙ୍ଗଲକୁ ଜାଳେଣି କାଠ ଅଣେିବା ପାଇଁ ଯାଇଥିଲେ । ଶୋଷ ଲାଗିବାରୁ ଝରଣା ପାଣିକୁ ପିଇବା ବେଳେ ପାଣି ସହ ଜୋକକୁ ପିଇଦେଇଥିଲେ । ଏହା ପରେ ଘରକୁ ଆସି ବେକ ଭିତରେ ଜୋକ ଘୁରି ବୁଲିବା ପରି ଲାଗିବାରୁ ଘର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସକୁ ଯୋଗାଯୋଗ କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡକ୍ଟର ମାନଶ କୁମାର ଦଣ୍ଟି ପ୍ରାଥମିକ ଚିକିତ୍ସା କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି ।