ommm
jittmm

ଉଷାକୋଠି ଅଭୟାରଣ୍ୟର ସୁରକ୍ଷା ସହ ବିକାଶ ନେଇ ହେବ ଯୋଜନା : ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର : ସମ୍ବଲପୁର ଜମନକିରା ବ୍ଲକ ବଡ଼ରମା ସ୍ଥିତ ଉଷାକୋଠି ଅଭୟାରଣ୍ୟ ଶନିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିଦର୍ଶନ କରିଛନ୍ତି । ଏହାର ସୁରକ୍ଷା ଏବଂ ବିକାଶ ନେଇ ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ ବନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଅଭୟାରଣ୍ୟରେ ଥିବା ନିରୀକ୍ଷଣ ଅଟ୍ଟାଳିକା ଓ ବଡରମା ଠାରେ ଶିକାରୀ ନିରୋଧ ତନଖି ଫାଟକ ଓ ତନଖି ଗୃହ ସହିତ ପର୍ଯ୍ୟଟକ ସୁବିଧା କେନ୍ଦ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପରିଦର୍ଶନ କରିଥିଲେ । ଏଠାରେ ଥିବା ସମସ୍ୟା ଓ ସମ୍ଭାବନା ନେଇ ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ ବନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ସେ କହିଥିଲେ, ବାମରା ବନ୍ୟପ୍ରାଣୀ ବନଖଣ୍ଡ ବଡରମା ବନାଞ୍ଚଳ ଅଧୀନ ଏହି ଅଭୟାରଣ୍ୟରେ ଅନେକ ବନ୍ୟଜନ୍ତୁ ଥିବାବେଳେ ଅନେକ ମୂଲ୍ୟବାନ ବୃକ୍ଷ ସମୂହ ବହୁପରିମାଣରେ ରହିଛି । ଜଙ୍ଗଲ, ଝରଣା, ସବୁଜିମାରେ ପରିପୂର୍ଣ୍ଣ ଏହି ଅଭୟାରଣ୍ୟ ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନରେ ପରିଣତ ହୋଇଛି । ନିରୀକ୍ଷଣ ଅଟ୍ଟାଳିକା ମାଧ୍ୟମରେ ପର୍ଯ୍ୟଟକମାନଙ୍କ ପାଇଁ ନିରାପଦରେ ବନ୍ୟଜନ୍ତୁ ଦେଖିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟଉପଭୋଗ କରିବାର ଏକ ଭଲ ବ୍ୟବସ୍ଥା ରହିଛି । ପର୍ଯ୍ୟଟନ ଆମର ସମ୍ପଦ । ଏହି ଅଭୟାରଣ୍ୟର ସୁରକ୍ଷା, ଅବାଧ ଶିକାରକୁ ରୋକିବା, ପର୍ଯ୍ୟଟକଙ୍କ ସୁବିଧା ବଢାଇବା ପାଇଁ ଡବଲ ଇଞ୍ଜିନ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ଉଷାକୋଠି ଅଭୟାରଣ୍ୟର ବିକାଶ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ କେନ୍ଦ୍ର ସରକାର ସହଯୋଗୀ ହେବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.