ଡକାୟତି ଯୋଜନା ପଣ୍ଡ କରି ୫ଜଣଙ୍କୁ ଗିରଫ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଟାଉନ ପୋଲିସ ଏକ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛି । ବଲାଙ୍ଗିର ସହରର ଡେଲିମାର୍କେଟ ପଛପଟ ଏକ ଖୋଲା ଜାଗାରେ ୫ ଜଣ ଦୁର୍ବୃତ୍ତ ଏକ ବଡ଼ ଧରଣର ଡକାୟତି କରିବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ବଲାଙ୍ଗିର ଟାଉନ ପୋଲିସ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଆଇଆଇସି ବିଶ୍ୱଜିତ ମନବୋଧଙ୍କ ତତ୍ୱାବଧାନରେ ଟାଉନ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ସେହି ସ୍ଥାନରେ ଚଢାଉ କରି ୫ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି । କେସ୍‌ ନଂ. ୨୬୨/୨୩ ୟୁ/ଏସ୍‌ ୩୯୯/ ୪୦୨ ଆଇପିସିରେ ଏକ ମାମଲା ରୁଜୁ କରି ଟାଉନ ପୋଲିସ ଆହୁରି ତଦନ୍ତ ଜାରି ରଖିଥିବା ବେଳେ ଗିରଫ ୫ଜଣଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ଆଇଆଇସି ଶ୍ରୀ ମନବୋଧ ସୂଚନା ଦେଇଛନ୍ତି । ଗିରଫ୍‌ ଅଭିଯୁକ୍ତମାନେ ହେଲେ ଚିମନିଭାଟିପଡ଼ାର ରମାକାନ୍ତ ସ୍ୱାଇଁ(୩୦), କଂସାରୀପଡ଼ାର ସଚିନ ଦାଶ(୨୬), ମନିଷ ବେହେରା(୨୫), ଅବଦୁଲ୍‌ ଅନିଶ(୨୮) ଓ ମାଲଗୋଦାମପଡ଼ାର ପ୍ରଦୀପ ବାରିକ (୩୫) ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗିରଫ୍‌ ଅଭିଯୁକ୍ତମାନଙ୍କଠାରୁ ଟାଉନ୍‌ ପୋଲିସ ମାରଣାସ୍ତ୍ର ମଧ୍ୟ ଜବତ୍‌ କରିଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.