centurian jitm

ଆଗଲପୁର ବ୍ଲକରେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ଶୁଭାରମ୍ଭ

nschool

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ (ଡୁଡୁକା) କାର୍ୟ୍ୟାଳୟ ପରିସରରେ ବିକଶିତ ଗାଁ ବିକଶିତ ଓଡିଶା କାର୍ୟ୍ୟକ୍ରମର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାଶ ଯୋଗ ଦେଇଥିଲେ । ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଳଦୀପ ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ପଧାନ, ଜିଲ୍ଲା ପରିଷଦ ଜୋନ ୨ର ସଭ୍ୟା ବୀଣାପାଣି ଦାଶ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରତିନିଧି ପିତାମ୍ବର କଣ୍ଟା ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ କାର୍ଯ୍ୟାଳୟର ସମସ୍ତ ଅଧିକାରୀଙ୍କ ସହ ବିଭିନ୍ନ ପଂଚାୟତର ଜନପ୍ରତିନିଧି, ବ୍ଲକର ବିଭିନ୍ନ ପଂଚାୟତର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସୂଚନାରୁ ପ୍ରକାଶ । ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରିଥିଲେ । ଉପସ୍ଥିତ ଅତିଥିମାନେ ସରକାରଙ୍କ ଉକ୍ତ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଗାଁମାନଙ୍କର ମୌଳିକ ସମସ୍ୟାମାନ ସମାଧାନ ହୋଇପାରିବ ବୋଲି ଅତିଥିମାନେ ସୂଚନା ଦେଇଥିଲେ । ବ୍ଲକ ପାନୀୟଜଳ ଯୋଗାଣ ଯନ୍ତ୍ରୀ ଦୁର୍ଗାପ୍ରସାଦ ମିଶ୍ର ଉକ୍ତ କାର୍ଯ୍ୟକ୍ରମଟି ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ ।

Leave A Reply

Your email address will not be published.