ବୌଦ୍ଧ ଜିଲ୍ଲା ଆଡ଼େନିଗଡ଼ ଠାରେ ସୁଭଦ୍ରା ଯୋଜନାର ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ, (କେପିଏନ୍‌ଏସ୍‌) : ବର୍ତ୍ତମାନ ରାଜ୍ୟ ସରକାର ମହିଳା ମାନଙ୍କ ଶାସକ୍ତିକରଣ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ହାତକୁ ନେଇଛନ୍ତି । ଯେଉଁ ଯୋଜନାର ନାଁ ହେଉଛି ‘ସୁଭଦ୍ରା ଯୋଜନା’ । ଏହି ଯୋଜନାରେ ରାଜ୍ୟର ସମସ୍ତ ୨୧ ବର୍ଷରୁ ୬୦ ବର୍ଷର ମହିଳାମାନେ ସାମିଲ ହୋଇ ପାରିବେ । ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାଇ ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଲେଖାଏଁ ମୋଟ୍‌ ୧୦ ହଜାର ଟଙ୍କା ସୁଭଦ୍ରା ଯୋଜନାରେ ମହିଳାଙ୍କ ଆକାଉଣ୍ଟକୁ ଦିଆଯିବ ଏବଂ ଏହା ୫ ବର୍ଷରେ ୫୦ ହଜାର ଟଙ୍କା ମିଳିବ । ସେ ପୁଣି ବିନା ଶୁଧରେ । ହିତାଧିକାରୀଙ୍କୁ ଆଉ ଏଟଙ୍କା ଫେରସ୍ତ କରିବାକୁ ପଡ଼ିବ ନାହିଁ । କିନ୍ତୁ ଏହି ଯୋଜନାରେ ସାମିଲ ହେବା ପାଇଁ କିଛି ନିୟମାବଳୀ ଅଛି । ଯେଉଁ ଟାକି ଗାଁ ଗହଳିର ମହିଳାମାନେ ଜାଣିପାରୁନାହାନ୍ତି । ସେଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ ପ୍ରତ୍ୟକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ମାନଙ୍କରେ ମହିଳା ମାନଙ୍କୁ ସଚେତନତା କରାଯାଉଛି । ଏବଂ ଏଥିପାଇଁ ପଞ୍ଚାୟତ ସ୍ତରରେ ଏକ ସୁଭଦ୍ରା ରଥ ମଧ୍ୟ ପରିକ୍ରମା କରାଯାଉଛି । ସେହି ପରିପେକ୍ଷୀରେ ରବିବାର ଦିନ ଆଡ଼େନିଗଡ଼ ପଞ୍ଚାୟତରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ଅଧିକାରୀ ଦିଲ୍ଲୀପ ମଲିକ, ଗ୍ରାମ ରୋଜକାର ସେବକ ଅକ୍ଷୟ ମହାପାତ୍ରଙ୍କ ସମେତ ସମସ୍ତ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଏମ୍ବିକେ, ସିଆର୍‌ପି, ପ୍ରତ୍ୟକ ମହିଳା ସିଏଚ୍‌ଜି ଗ୍ରୁପର ମହିଳା ମାନେ ଏକତ୍ରିତ ହୋଇ ବ୍ୟାନର ଧରି ଗ୍ରାମ ପଞ୍ଚଯାତରୁ ବାହାରି ପ୍ରତ୍ୟକ ସାହିକୁ ସାହି ପରିକ୍ରମା କରିଥିଲେ । ଏବଂ ମହିଳା ମାନଙ୍କୁ ସଚେତନତା କରିବା ସହ ସୁଭଦ୍ରା ଯୋଜନା ବିଷୟରେ ଅବଗତ କରାଇଥିଲେ । ପ୍ରକାଶ ଥାଉ କି ଆସନ୍ତା ୧୭ ତାରିଖରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଥିବାରୁ ସେହି ଅବସରରେ ଓଡ଼ିଶା ଗସ୍ତରେ ଆସି ସୁଭଦ୍ରା ଯୋଜନାକୁ ଲୋକାର୍ପଣ କରିବା ସହିତ ପ୍ରଥମ କିସ୍ତି ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.