centurian jitm

ପିତା ମାତାଙ୍କ ଦେହାନ୍ତ ପରେ ସହାୟକ ହେଲା ଆଶୀର୍ବାଦ ଯୋଜନା

nschool

ଭବାନୀପାଟଣା, (ପି.କେ. ସାହୁ) : ଭବାନୀପାଟଣା ବ୍ଲକ କଲମ ପଞ୍ଚାୟତ ଠେମରା ଗାଁରେ ରହୁଥିଲେ ନରେଶ ମାଝୀଙ୍କ ପରିବାର । ପରିବାର କହିଲେ ସ୍ତ୍ରୀ ବନୁଆ ମାଝୀ ଓ ଦୁଇ ଝିଅ ବୈଷ୍ଣବୀ ମାଝୀ ଏବଂ ନବ୍ୟା ମାଝୀ । ହେଲେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ବାନୁଆଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ନରେଶ ମଧ୍ୟ ଗତବର୍ଷ କରୋନା ସମୟରେ ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ଫଳରେ ଦୁଇ ଜଣ ଛୁଆ ଦେଖୁ ଦେଖୁ ଅନାଥ ହୋଇଯାଇଥିଲେ । ଏହି ସମସ୍ୟା ବିଷୟରେ ସମାଜସେବୀ ଯଶୋବନ୍ତ ରଣା ଜାଣିବା ପରେ ସେମାନଙ୍କ ଘରକୁ ପହଂଚି ସେମାନକୁ ଆଶୀର୍ବାଦ ଯୋଜନା ବିଷୟରେ କହି ଦୁଇ ଜଣ ଶିଶୁଙ୍କୁ ଭବାନୀପାଟଣା ସ୍ଥିତ ଡିସିପିଓ ଅଫିସକୁ ନେଇ ଆଶୀର୍ବାଦ ଯୋଜନାରେ ସାମିଲ କରିଥିଲେ । ଏବେ ସେମାନଙ୍କୁ ମାସିକ ତିନି ହଜାର ଟଙ୍କା ମିଳୁଛି । ଦୁଇ ଜଣ ଝିଅ ଏବେ ଖୁସିରେ ପାଠ ପଢି ପାରୁଛନ୍ତି । ଜଣେ ମାଡିଙ୍ଗ ସ୍ଥିତ ଆଶ୍ରମ ସ୍କୁଲରେ ପଢ଼ୁଥିବା ବେଳେ ଆଉ ଜଣେ ଗାଁ ସ୍କୁଲରେ ପଢୁଛନ୍ତି । ଏହିପରି ଏକ ଅଭିନବ ଯୋଜନା କରିଥିବାରୁ ତାଙ୍କର ଜେଜେମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ସମାଜସେବୀ ଯଶୋବନ୍ତ ରଣାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.