ରାଉରକେଲାର ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କର ଯୋଗଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଆଜି ଦୀନା ଦସ୍ତଗୀର୍ ଯୋଗଦାନ କରିଛନ୍ତି । ସେ ୨୦୨୧ ବ୍ୟାଚର ଭାରତୀୟ ପ୍ରଶାସନିକ ଅଧିକାରୀ ଏହା ପୂର୍ବରୁ ବ୍ରହ୍ମପୁରର ଉପଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଛନ୍ତି । ଆଜି କାର୍ଯ୍ୟରେ ଯୋଗ ଦେଲାପରେ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କୁ ଭେଟ କରିଥିଲେ । ଏହି ଅବସରରେ ସୁଶ୍ରୀ ଦସ୍ତଗୀର୍ କହିଥିଲେ ଯେ ରାଉରକେଲାର ଏଡିଏମ ଦାୟିତ୍ୱ ମିଳିଥିବାରୁ ସେ ଅତ୍ୟନ୍ତ ଖୁସି ଅଛନ୍ତି । ରାଉରକେଲା ଏକ ସୁନ୍ଦର ସହର । ଯାହା ବି ଅଂଚଳର ପ୍ରମୁଖ ସମସ୍ୟା ରହିଛି ତାକୁ ବୁଝିବାକୁ ଚେଷ୍ଟା କରିବି ଏବଂ ପ୍ରଶାସନ ଓ ଅଂଚଳର ଲୋକଙ୍କ ସହିତ ମିଲିମିଶି ଏ ଦିଗରେ କାର୍ଯ୍ୟକରିିିବି ।

jittmm
Leave A Reply

Your email address will not be published.