
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନାର ନୂତନ ଥାନା ଅଧିକାରୀ ଭାବରେ ରମାକାନ୍ତ ସାହୁ ଆଜି ଯୋଗଦାନ କରିଛନ୍ତି । ଶ୍ରୀ ସାହୁ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନାରେ ଥାନା ଅଧିକାରୀ ଭାବରେ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ । ପୂର୍ବରୁ ସେ ଖପ୍ରାଖୋଲ ଥାନାରେ ଥାନାଧିକାରୀ ଭାବେ ରହି ଅଞ୍ଚଳରୁ ଅପରାଧ ନିୟନ୍ତ୍ରଣ କରି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ । ତାଙ୍କର ଏହି ସାହସିକତା ଏବଂ କର୍ତ୍ତବ୍ୟନିଷ୍ଠା ପାଇଁ ରାଷ୍ଟ୍ରପତି ତାଙ୍କୁ ପୋଲିସ ସାହସିକତା ପଦକ ପ୍ରଦାନ କରିଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ପୁରସ୍କୃତ କରିଛନ୍ତି । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଶ୍ରୀ ସାହୁଙ୍କୁ ଶ୍ରେଷ୍ଠ ପ୍ରଦର୍ଶିତ ଥାନାଧିକାରୀ ଭାବେ ପୁରସ୍କୃତ କରିଛନ୍ତି । ଲାଠୋର ଥାନାରେ ଯୋଗଦେବା ପରେ ଆମ ପ୍ରତିନିଧି ତାଙ୍କୁ ଭେଟି ପଚାରିବାରୁ ଥାନା ଅଧିକାରୀ ଭାବରେ ରହି ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା, ଭାତୃତ୍ୱ, ସଂହତି ପ୍ରତିଷ୍ଠା କରିବା ସହିତ ଅପରାଧିମାନଙ୍କୁ ଦୃଢ ହସ୍ତରେ ଦମନ କରିବାକୁ ପ୍ରାଥମିକତା ଦେବେ ବୋଲି କହିଥିଲେ । ଆଜି ଶ୍ରୀ ସାହୁ ଆନୁଷ୍ଠାନିକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି।