କାର୍ଯ୍ୟରେ ଯୋଗଦେଲେ ଯୋଗାଣ ସହାୟକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଭୁବନେଶ୍ୱର ସ୍ଥିତ ଲୋଅର ପିଏମ୍‌ଜିଠାରେ ବିଭିନ୍ନ ଦାବୀ ନେଇ ଯୋଗାଣ ସହାୟକମାନଙ୍କ ଏକ ବିଶାଳ ଗଣଧାରଣା ଆୟୋଜିତ ହେବା ସହିତ ରାଜ୍ୟର ସମସ୍ତ ଯୋଗାଣ ସହାୟକ ସାମୁହିକ ଛୁଟିରେ ରହି ଆନ୍ଦୋଳନକୁ ଓହ୍ଲାଇ ଥିଲେ । ତେବେ ଓଡିଶା ସରକାରଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ତଥା ଅତିରିକ୍ତ ଖାଦ୍ୟ ଯୋଗାଣ କମିସନର ଯୋଗାଣ ସହାୟକଙ୍କ ଦାବୀଗୁଡ଼ିକୁ ଏକମାସ ମଧ୍ୟରେ ପୂରଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଯୋଗାଣ ସହାୟକମାନେ ଆନ୍ଦୋଳନରୁ ଓହରି ଥିବା ଜଣାଯାଇଛି । ଏଥିସହିତ ଆଗକୁ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ସକାଶେ ଜନସାଧାରଣଙ୍କର ସ୍ୱାର୍ଥକ ଆଗରେ ରଖି ଯୋଗାଣ ସହାୟକ ସଂଘ ଗଣଧାରଣାରୁ ନିବୃତ ରହି ପୁଣି କାର୍ଯ୍ୟରେ ଯୋଗଦାନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାଯାଇଛି । ଲୋଇସିଂହା ବ୍ଲକ ଯୋଗାଣ ସହାୟକ ସଂଘର ସଭାପତି ସରୋଜ କୁମାର ପଟେଲଙ୍କ ତତ୍ତ୍ଵାବଧାନରେ ମାଧବ ଭୋଇ, ନିରୋଜ ପଧାନ, ବିକାଶ ମେହେର, ବିମଳ ବାରିକ ପ୍ରମୁଖ ଯୋଗାଣ ସହାୟକ ବିଡ଼ିଓଙ୍କୁ ଭେଟି ପୁନଃ ସାମୁହିକ ଯୋଗଦାନ ପତ୍ର ପ୍ରଦାନ କରିଥିବା ଜଣାଯାଇଛି ।

Leave A Reply

Your email address will not be published.