ଗଂଜାମ ବ୍ଲକ୍ ଯୋଗାଣ ମନ୍ତ୍ରୀଙ୍କ ଗସ୍ତ

  • ଲକ୍ଷ୍ମୀପୁର ଧାନମଣ୍ଡିରେ କଲେ ସମୀକ୍ଷା

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗଞ୍ଜାମ ବ୍ଲକ ଗସ୍ତ କରିଥିଲେ । ମନ୍ତ୍ରୀଙ୍କ ଅଚାନକ ଗସ୍ତକୁ ନେଇ ବ୍ଲକ ଯୋଗାଣ ବିଭାଗ ହଡବଡେଇ ଯାଇଥିଲେ । ଶ୍ରୀ ମହାପାତ୍ର ଏହି ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଂଚାୟତ ଲକ୍ଷ୍ମୀପୁର ଧନମଣ୍ଡି ଠାରେ ପହଂଚିଥିଲେ । ସେଠାରେ ଚାଷୀମାନଙ୍କ ସହ ଆଲୋଚନା କରିବା ସହ ମଣ୍ଡି କିପରି ଚାଲିଛି ପଚାରି ବୁଝିଥିଲେ । ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ବ୍ଲକ ଏମଆଇ ପ୍ରମୁଖ ଉପସ୍ଥିତ ଥିଲେ । ମନ୍ତ୍ରୀଙ୍କ ଗସ୍ତ ସୂଚନା କୌଣସି ଗଣମାଧ୍ୟମକୁ ମିଳିଥିବାରୁ ଖବରଦାତା ମହଲରେ ଅସନ୍ତୋଷ ଦେଖା ଦେଇଥିଲା । କୌଣସି କାର୍ଯ୍ୟକ୍ରମକୁ ଯୋଗାଣ ବିଭାଗ ପକ୍ଷରୁ ଅବଗତ କରାଯାଉ ନଥିବା ଅଭିଯୋଗ ହେଉଛି । ଗଞ୍ଜାମ ବ୍ଲକରେ ଥିବା ସମସ୍ତ ମଣ୍ଡି ଅବ୍ୟବସ୍ଥା ଘେରରେ ଥିବା ଜଣାପଡିଛି । ଯୋଗାଣ ବିଭାଗର ପ୍ରତିକ୍ରିୟା ମିଳି ପାରିନାହିଁ ।

Leave A Reply

Your email address will not be published.