କୋଭିଡ ସମ୍ବଦ୍ଧୀୟ ସୂଚନା ପାଇଁ ଜାରି ହେଲା ଯୋଗାଯୋଗ ନମ୍ବର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଜିଲ୍ଲାରେ କୋଭିଡ -୧୯ର ଦ୍ଵିତୀୟ ଲହର ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଏହାର ମୁକାବିଳା ପାଇଁ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯାଉଛି । ଜନସାଧାରଣଙ୍କୁ କୋଭିଡ କଟକଣା ପାଳନ କରିବା ନିମନ୍ତେ ଆବଶ୍ୟକ ସଚେତନତା କରାଯାଉଛି । ଜନସାଧାରଣ କୌଣସି ପ୍ରକାର ବିଭ୍ରାନ୍ତି ଖବର କିମ୍ବା ଉଡ଼ା ଖବର ଉପରେ ବିଶ୍ୱାସ ନକରି କୋଭିଡ ସମ୍ୱନ୍ଧୀୟ କୌଣସି ସୂଚନା ନିମନ୍ତେ ଅଥବା ଏଥି ସମ୍ୱନ୍ଧୀୟ କୌଣସି ଅସୁବିଧା ପାଇଁ ପ୍ରଶାସନ ତରଫରୁ ଜାରି କରାଯାଇଥିବା ଯୋଗାଯୋଗ ନମ୍ବର ୦୭୮୪୬୮୫୦୫୫୩(୨୪ × ୭) ଯେ କୌଣସି ସମୟରେ, ୧୮୦୦୩୪୫୬୩୯୮-(ସକାଳ ୮ ଘ‌ଣ୍ଟାରୁ ସନ୍ଧ୍ୟା ୮ଘଣ୍ଟା ପର୍ୟ୍ୟନ୍ତ), ଏବଂ ୦୬୬୫୪୨୨୦୩୬୮ -(ସକାଳ ୮ଘ‌ଣ୍ଟାରୁ ସନ୍ଧ୍ୟା ୮ ଘ‌ଣ୍ଟା ପର୍ୟ୍ୟନ୍ତ)ରେ ଯୋଗାଯୋଗ କରି ପାରିବେ । ପୁନଶ୍ଚ ରୋଗୀମାନଙ୍କ ସମ୍ପର୍କୀୟମାନେ ରୋଗୀମାନଙ୍କ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସୂଚନା ପାଇଁ ୬୩୭୦୯୦୪୭୫୭ ନମ୍ବରରେ (୨୪ × ୭) ଯେ କୌଣସି ସମୟରେ ଯୋଗାଯୋଗ କରିପାରିବେ । ସମ୍ପ୍ରତି ଓଡିଶା ସରକାରଙ୍କ କୋଭିଡ ମାର୍ଗଦର୍ଶିକାକୁ ସମସ୍ତେ ପାଳନ କରିବା ଯେପରି- ସାମାଜିକ ଦୂରତ୍ୱ ବଜାୟ ରଖିବା, ମୁହଁରେ ମାସ୍କ ବ୍ୟବହାରକୁ ସୁନିଶ୍ଚିତ କରିବା, ନିୟମିତ ବ୍ୟବଧାନରେ ହାତକୁ ସାନିଟାଇଜ କରିବା/ହାତ ଧୋଇବା, ଅଯଥାରେ ଗହଳିକୁ ନ ଯିବା କିମ୍ବା ଗହଳି ନ କରିବା, ଅତି ଆବଶ୍ୟକ ନ ଥିଲେ ଘରୁ ବାହାରକୁ ନବାହାରିବା ଏବଂ ସରକାରଙ୍କ ମାର୍ଗଦର୍ଶିକାର ଅନୁପାଳନକୁ ଗୁରୁତ୍ୱ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଉଛି । ସଚେତନ ଓ ସତର୍କତା ହିଁ ଆମର ସୁରକ୍ଷା । ଏଣୁ ସମସ୍ତେ ଯତ୍ନବାନ ହୋଇ ନିଜକୁ ତଥା ପରିବାରକୁ ସୁରକ୍ଷିତ ରଖିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଉଛି ।

Leave A Reply

Your email address will not be published.