କେନ୍ଦ୍ର ସାହିତ୍ୟ ଏକାଡେମୀର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ୟୁରୋପୀୟ ବିଦ୍ୱାନ୍ ମିଣ୍ଡୁଗାସ୍ କ୍ୱିଟ୍ଉସ୍କାସ୍

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ର ସାହିତ୍ୟ ଏକାଡେମୀର ପ୍ରେକ୍ଷାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ସାହିତ୍ୟ ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭିଲ୍ନିୟସ୍ ବିଶ୍ୱବିଦ୍ୟାଳୟର ଭାଷାଶାସ୍ତ୍ର ବିଭାଗର ଡିନ୍ ତଥା ୟୁରୋପୀୟ ରାଷ୍ଟ୍ର ଲୁଥିଆନାର ପୂର୍ବତନ ସଂସ୍କୃତି ମନ୍ତ୍ରୀ ମିଣ୍ଡୁଗାସ୍ କ୍ୱିଟ୍ଉସ୍କାସ୍ ଯୋଗଦେଇ ବହୁଭାଷିକତା ଓ ସାଂସ୍କୃତିକ ବିବିଧତା ବିଷୟରେ ସାରଗର୍ଭକ ବକ୍ତୃତା ଉପସ୍ଥାପନ କରିଥିଲେ । ଆରମ୍ଭରେ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ ଶ୍ରୀନିବାସରାଓ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ସମସ୍ତ ମଣିଷଙ୍କର ଲକ୍ଷ୍ୟ ଏକତା ହୋଇପାରେ କିନ୍ତୁ ପୃଥିବୀ, ମାନବ ସମାଜ ଏବଂ ବିଶ୍ୱରେ ବିବିଧତା ଉପରେ ଆଧାରିତ । ବିଷୟବସ୍ତୁ ଉପରେ ଆଲୋଚନା କରି ସେ କହିଛନ୍ତି ଯେ, ଭିଲ୍ନିୟସ୍ ସହର ଏବଂ ଲୁଥିଆନା ୟୁରୋପରେ ବହୁମୁଖୀ ସଂସ୍କୃତି କିପରି ଚଳପ୍ରଚଳ କରେ ତାହାର ପ୍ରକୃଷ୍ଟ ଉଦାହରଣ । ବହୁଭାଷୀ, ସହର ତଥା ସାଂସ୍କୃତିକ – ଐତିହାସିକ ସ୍ମୃତି ଉପରେ ଶ୍ରୀ କ୍ୱିଟ୍ଉସ୍କାସ୍ ନିଜର ବକ୍ତୃତା ପ୍ରଦାନ କରିବା ସମୟରେ ବିଭିନ୍ନ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ବିଶେଷତଃ ଲୁଥିଆନା କେମିତି ଲାଟିନ୍, ପୋଲାଣ୍ଡ, ଜର୍ମାନ, ରୋମାନ୍ ଏବଂ ଯିହୁଦୀ ସଂସ୍କୃତି ଓ ସାହିତ୍ୟକୁ ଯୋଡିଥାଏ ସେ ବିଷୟରେ ବିଶଦ ଭାବରେ ବର୍ଣ୍ଣନା କରିଥିଲେ । ଚାରିଜଣ ପ୍ରମୁଖ ଲୁଥିଆନାର ଲେଖକଙ୍କ ବିଷୟରେ ବର୍ଣ୍ଣନା କରିବାବେଳେ ସେ କହିଥିଲେ ଯେ, ସେମାନଙ୍କ ଦ୍ୱାରା ପରିଚାଳିତ ସାହିତ୍ୟିକ ଗୋଷ୍ଠୀ ଭିଲ୍ନିୟସ୍‌ରେ ବହୁଭାଷୀ ଏବଂ ବହୁ-ସାଂସ୍କୃତିକ ପରିବେଶ ସୃଷ୍ଟି କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅତିଥି ବକ୍ତା ଉପସ୍ଥିତ ଶ୍ରୋତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଲେଖକ, ବିଦ୍ୱାନ ଏବଂ ସାହିତ୍ୟ ପ୍ରେମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.