କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ପ୍ରାକ୍ ବଜେଟ୍‌ ବୈଠକ ଓ ଜି. ଏସ୍‌. ଟି କାଉନ୍‌ସିଲ୍‌ ବୈଠକରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେବେ

ଭୁବନେଶ୍ୱର : କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ଅର୍ଥ ମନ୍ତ୍ରୀ ମାନଙ୍କର ପ୍ରାକ୍ ବଜେଟ୍ ବୈଠକ ଓ ଜି. ଏସ୍‌. ଟି କାଉନ୍‌ସିଲ୍‌ ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟ ବ୍ୟସ୍ତତା ଯୋଗୁ ତାଙ୍କ ପରାମର୍ଶ କ୍ରମେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ଏହି ବୈଠକରେ ଯୋଗଦେବେ । ଜୁନ ୨୨ ତାରିଖ ଦିନ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଏହି ବୈଠକ ଅନୁଷ୍ଠିତ ହେବ ।

Leave A Reply

Your email address will not be published.