ସଇଁତଲା ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନାରେ ସୋମବାର ନୂତନ ଅଧିକାରୀ ଭାବେ ସୁଶାନ୍ତ କୁମାର ବଢ଼େଇ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହି ଥାନାର ଅଧିକାରୀ ସୁଶାନ୍ତ କୁମାର ପ୍ରଧାନଙ୍କୁ ପାଇକମାଲ ଥାନାକୁ ବଦଳି ହୋଇଯାଇଛି । ସେ ଏହି ଥାନା ମାତ୍ର ୬ ମାସ ଧରି ଲୋକଙ୍କ ସହିତ ସୁସମ୍ପର୍କ ସ୍ଥାପନ କରି ଅଞ୍ଚଳର ସେବାରେ ନିଜକୁ ନିୟୋଜିତ କରିଥିଲେ । ବର୍ତ୍ତମାନ ନୂତନ ଥାନା ଅଧିକାରୀ ଶ୍ରୀ ବଢ଼େଇ ସେ ମଧ୍ୟ ବରଗଡ ଜିଲ୍ଲା ପାଇକମାଲ ଥାନାରେ କାର୍ଯ୍ୟରତ ଥିଲେ । ତାଙ୍କ ଯୋଗଦାନ ପରେ ସେ ଅଞ୍ଚଳର ସମସ୍ତ ଜନସାଧାରଣଙ୍କୁ ସଚେତନତା କରିବା ସହ ଅପରାଧିକ କାର୍ଯ୍ୟକଳାପରୁ ମୁକ୍ତ କରିବା ସହିତ ଅଞ୍ଚଳର ଲୋକଙ୍କୁ ଉଚିତ୍‌ ନ୍ୟାୟ ପ୍ରଦାନ କରାଯିବ ବୋଲି ଶ୍ରୀ ବଢେଇ ପ୍ରତିଶୃତି ଦେଇଥିଲେ । ଏପରିକି ଏହି ଥାନା ଅଞ୍ଚଳରେ ନିଶା କାରବାର, ଲୁଟପାଟ, ଡ଼କାୟତି ଭଳି ଅନୁପ୍ରବେଶକାରୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ତେଣୁ ଏହି ଅସାମାଜିକ କାର୍ଯ୍ୟକଳାପକୁ ଦମନ କରାଯିବ ବୋଲି ଶ୍ରୀ ବଢେଇ ପ୍ରକାଶ କରିଛନ୍ତି । ସେ ଯୋଗଦାନ କରିବା ପରେ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Leave A Reply

Your email address will not be published.