oom

ଆନ୍ତଃପଞ୍ଚାୟତ ଧବଳେଶ୍ଵର ଭଲିବଲ ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନୀରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଯୋଗଦାନ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆନ୍ତଃପଞ୍ଚାୟତସ୍ତରୀୟ ଆୟୋଜିତ ‘ଧବଳେଶ୍ଵର ଭଲିବଲ ଟୁର୍ଣ୍ଣାମେଣ୍ଟ’ର ଉଦ୍‌ଯାପନୀ ଉତ୍ସବରେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ଯୋଗଦେଇ କ୍ରୀଡାବିତ୍‌ଙ୍କୁ ଉତ୍ସାହିତ କରିଥିଲେ ଏବଂ ରନର୍ ଓ ବିଜୟୀ ୱିନର ଦଳକୁ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରାୟ ସମସ୍ତ ଜନପ୍ରତିନିଧି, ବିଜେଡି ନେତୃବୃନ୍ଦ, କ୍ରୀଡାବିତ୍‌, କ୍ରୀଡ଼ାପ୍ରେମୀ, ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ପ୍ରତିଯୋଗୀ ତଥା ଦର୍ଶକମାନଙ୍କ ଗହଣରେ ରହି ବିଜୟୀ ଦଳ ଯଥା ୱିନର ବଡଗୁମୁଳା ଦଳ ଓ ରନର୍ସ ଫୁଲଟା ଦଳକୁ ମାନପତ୍ର ଦେଇ ବିଜୟ କପ୍ ପ୍ରଦାନ ପୂର୍ବକ ପୁରସ୍କୃତ କରି ସେମାନଙ୍କ ଉଜ୍ୱଳ ଭବିଷ୍ୟତର କାମନା କରିଥିଲେ ।

jittmm
Leave A Reply

Your email address will not be published.