jayashree

ଭରତବାହାଲ ପଞ୍ଚାୟତର ୭୩ ଜଣ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗଦାନ କଲେ

ପାଟଣାଗଡ଼, (ଗୋରେଖନାଥ ବରିହା) : ବିଜେଡିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ଭରତବାହାଲ ପଞ୍ଚାୟତର ୭୩ ଜଣ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗଦାନ କରିଥିବା ଜଣାପଡିଛି । ସୂଚନା ଅନୁସାରେ ବିଧାୟକ ଶ୍ରୀ ମେହେରଙ୍କ ଉପରେ ଆସ୍ଥା ରଖି ପାଟଣାଗଡ ନିର୍ବାଚନ ମଣ୍ଡଳୀର ବିଜୁଜନତା ଦଳ କାର୍ଯ୍ୟାଳୟରେ ଭରତବାହାଲ ପଞ୍ଚାୟତର ୭୩ଜଣ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡି ବିଜୁଜନତା ଦଳରେ ଯୋଗଦାନ କରିଛନ୍ତି । ନୂତନ ଭାବେ ସାମିଲ ହୋଇଥିବା ସଭ୍ୟ ମାନଙ୍କୁ ବିଧାୟକ ଶ୍ରୀ ମେହେର ଶୁଭେଚ୍ଛା ଜଣାଇଥିବା ବେଳେ ଦଳର ସକ୍ରିୟ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଆୟୋଜନ ହୋଇଥିଲା । ଏହି ବୈଠକରେ ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ସଂଗଠନ ବିଷୟରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.