ବିକାଶ ଡିଗ୍ରୀ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଲେ ସତ୍ୟବ୍ରତ ମିଶ୍ର

ବରଗଡ, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ପ୍ରତିଷ୍ଠିତ ଘରୋଇ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ସତ୍ୟବ୍ରତ ମିଶ୍ର ଯୋଗଦାନ କରିଛନ୍ତି । ଶ୍ରୀ ମିଶ୍ର କେ.ଭି ଡିଗ୍ରୀ ମହାବିଦ୍ୟାଳୟ କଣ୍ଟାବାଞ୍ଜିରୁ ଗତ ଫେବୃୟାରୀ ୨୮ ତାରିଖରେ ଅବସର ଗ୍ରହଣ କରିଛନ୍ତି । ତିନି ଦଶନ୍ଧିରୁ ଅଧିକ ଶିକ୍ଷାଦାନ ଏବଂ ପନ୍ଦର ବର୍ଷ ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରି ସେ ଅନେକ ସୁନାମ ଅର୍ଜନ କରିଛନ୍ତି । ତାଙ୍କ ସମୟରେ ମହାବିଦ୍ୟାଳୟରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରି ସବୁ ମହଲରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ସେ ଜଣେ ଉଚ୍ଚ କୋଟୀର ଏବଂ ଛାତ୍ର ବତ୍ସଳ ବାଣିଜ୍ୟ ପ୍ରାଧ୍ୟାପକ । ବିକାଶ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଟ୍ରଷ୍ଟର ଟ୍ରଷ୍ଟି ଡି. ନାଗେଶ୍ୱର ରାଓ ଓ ନିର୍ଦ୍ଦେଶକ ଡ. ସମରେନ୍ଦ୍ର ପଣ୍ଡା, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ତାଙ୍କୁ ସ୍ୱାଗତ କରିବା ସଂଗେ ସଂଗେ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.