ବାଲିଗୁଡାରେ ନୂତନ ଏସ୍‌ଡିପିଓଙ୍କ ଯୋଗଦାନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ୟଶ ପ୍ରତାପ ଶ୍ରୀମଲ ଶୁକ୍ରବାର ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି । ୟଶ ପ୍ରତାପ ହେଉଛନ୍ତି ୨୦୨୦ ବ୍ୟାଚର ଆଇପିଏସ୍‌ ଅଧିକାରୀ । ପ୍ରୋବେସନାରୀ ଟ୍ରେନିଂ ଯାଜପୁର ଜିଲ୍ଲାରେ କାର୍ଯ୍ୟ କରିଥିଲେ । ରାଜ୍ୟ ସରକାରଙ୍କ ଜରିଆରେ ଏସ୍‌ଡିପିଓ ଶ୍ରୀ ମଲଙ୍କ ପ୍ରଥମ ପୋଷ୍ଟିଙ୍ଗ କେସିଙ୍ଗା ଏସ୍‌ଡିପିଓ ଭାବରେ ନିଯୁକ୍ତି ହୋଇଥିଲେ । ସେଠାରୁ ବଦଳି ହୋଇ ସେ ବାଲିଗୁଡା ଏସ୍‌ଡିପିଓ ରୂପେ ଯୋଗଦାନ ପରେ ବାଲିଗୁଡା ଉପଖଣ୍ଡରେ ଆଇନ ଶୃଙ୍ଖଳା, ମାଓ ସମସ୍ୟା, ସମେତ ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ପ୍ରାଥମିକତା ଦେଇ କାର୍ଯ୍ୟ କରିବେ ବୋଲି ନିଜ ସାକ୍ଷାତ ଆଲୋଚନାରେ ସୂଚନା ଦେଇଛନ୍ତି । ବାଲିଗୁଡାରେ ଏସ୍‌ଡିପିଓ ଭାବରେ ଯୋଗଦାନ କରିବା ପରେ ଆଜି ସେ କୋଟଗଡ ଥାନା ପରିଦର୍ଶନ କରି ଫେରିଛନ୍ତି ।

Leave A Reply

Your email address will not be published.

error: Content is protected !!