ଭଟଲିରେ ନୂତନ ତହସିଲଦାରଙ୍କ ଯୋଗଦାନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଭଟଲି ତହସିଲଦାର ଭାବେ ଓଡିଶା ପ୍ରଶାସନିକ ଅଧିକାରୀ ପଦ୍ମନାଭ ପୁରୋହିତ ଯୋଗ ଦେଇଛନ୍ତି । ସେ ଏହା ପୂର୍ବରୁ ଜିଲ୍ଲା ଉପନିବନ୍ଧକ ଭାବେ କାର୍ଯ୍ୟ ନିର୍ବାହ କରି ସାରିଛନ୍ତି । ଭଟଲି ତହସିଲଙ୍କୁ ମଧ୍ୟ ସୁନ୍ଦର ଭାବେ ଗଢି ତୋଳିବା ସହିତ ସମସ୍ତ ପ୍ରକାରର କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦିତ କରିବେ ବୋଲି ପ୍ରକାଶ କରିଛନ୍ତି । ଭଟଲି ତହସିଲରେ ପୂର୍ବରୁ ତହସିଲଦାର ଭାବେ ଅବସ୍ଥାପିତ ଥିବା ପ୍ରଶାନ୍ତ ମହାପାତ୍ରଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ବଦଳି ହୋଇଛି ।

Leave A Reply

Your email address will not be published.

error: Content is protected !!