oom

ସଇଁତଲା କୋର୍ଟରେ ନୂତନ ବିଚାରପତିଙ୍କ ଯୋଗଦାନ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା କୋର୍ଟରେ ନୂତନ ବିଚାରପତି ଯୋଗଦାନ କରିଥିବାରୁ ଆଜି ସଇଁତଲା ଓକିଲ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହା ପୂର୍ବରୁ ଥିବା ବିଚାରପତି ପ୍ରଭାତ କୁମାର ସାମଲଙ୍କୁ ଖୋର୍ଦ୍ଧା ବଦଳି ହେବା ପରେ ତାଙ୍କ ସ୍ଥାନରେ ନୂତନ ବିଚାରପତି ଭାବରେ ମିର୍ଜା ଆସଲମ ବେକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ କୋର୍ଟ ପରିସରରେ ସଇଁତଲା ଓକିଲ ସଂଘ ସଭାପତି ହିଜକ୍ଷ ତାଣ୍ଡିଙ୍କ ସଭାପତିତ୍ୱରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଯୁବ ଆଇନଜୀବୀ ମାନଭଞ୍ଜନ ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ । ଏଥିରେ ସରକାରୀ ଓକିଲ ପ୍ରକାଶ ମାହୋତି, ସରକାରୀ ଓକିଲ ବିଶ୍ଵନାଥ ସୁଆର, ରାମଚନ୍ଦ୍ର ବେହେରା, ନୋଟାରୀ ସତ୍ୟ ନାରାୟଣ ସାହୁ, ଯୁବରାଜ ରଣା, ମନୋରଞ୍ଜନ ପୃଷେଠ, ମାନସ ରଞ୍ଜନ ପୃଷେଠ, ସୋମନାଥ ପଧାନ, ଅଶୋକ ମାଝୀ, ଶିବ ପ୍ରସାଦ ବାରିକ, ଜ୍ୟୋଷ୍ଣାରାଣୀ ବାଗ ଓ ଛବିଲାଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.